ବିଜେପିକୁ ମହଙ୍ଗା ପଡିବେ ଝାନସୀରାଣୀ !

ବିଜେପିକୁ ମହଙ୍ଗା ପଡିବେ ଝାନସୀରାଣୀ !

ଦର୍ଶକବନ୍ଧୁ ଉଷ୍ମ ହେଉଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିର୍ବାଚନ ମଣ୍ଡଳୀ । ଜଣକୁ କହି ଆଉ ଜଣକୁ ଟିକେଟ ଦେବା ପରେ ବଢୁଛି ଅସନ୍ତୋଷ । ହଁ ଆଜ୍ଞା ଆନନ୍ଦପୁର ପାଣି ପବନ ସହ ଜଡିତ ତଥା ସେହି ମାଟିର ଝିଅ ଏବଂ ଜଣେ ସମାଜସେବୀ ହେଉଛନ୍ତି ଝାନସୀରାଣୀ । ଆସା କରିଥିଲେ ବିଜେପି ଟିକେଟରେ ରାଜନୀତି ମଇଦାନକୁ ଓହ୍ଲାଇବେ । ନିଜର ହଜାର ହଜାର ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଥିଲେ, ଭାବିଥିଲେ ବିଜେପି ଟିକେଟରେ ଆନନ୍ଦପୁରରୁ ପ୍ରାର୍ଥୀ ହେବେ କିନ୍ତୁ ତାଙ୍କ ଆଶାକୁ ନିରାସାରେ ପରିଣତ କରିଦେଲା ଭାରତୀୟ ଜନତା ପାର୍ଟି । କିନ୍ତୁ ଚର୍ଚ୍ଚା ହେଉଛି ବିଜେପି ଧୋକା ଦେବା ପରେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବେ ଝାନସୀ ରାଣୀ । ସରକାରୀ ଯୋଜନା ବ୍ୟବସ୍ଥା ଆଦିକୁ ଅପେକ୍ଷା ନକରି ନିଜ ସାମର୍ଥ୍ୟ ବଳରେ ଲୋକଙ୍କ ଦୁଃଖ ସୁଖର ସାଥି ହୋଇ କାର୍ଯ୍ୟ କରି ଆସୁଥିବା ଉଚଶିକ୍ଷିତା ତଥା ସମାଜସେବୀ ଝାନ୍ସୀରାଣୀ ସ୍ୱାଧୀନ ପ୍ରାର୍ଥୀ ହୋଇ ଆନନ୍ଦପୁରରେ ନିର୍ବାଚନ ଲଢିବେ । ତାଙ୍କ ଉପରେ ରହିଛି ଆନନ୍ଦପୁର ବାସୀଙ୍କ ଆର୍ଶୀବାଦ । ବିଜେପିକୁ ଆନନ୍ଦପୁରରେ ଧୂଳି ଚଟାଇବେ ଝାନସୀ । ବିଜେପିରୁ ଆଲୋକ ସେଠୀ ପ୍ରାର୍ଥୀ ହେବା ପରେ ଭାଙ୍ଗିପଡିନଥିଲେ ସମାଜସେବୀ ତଥା ଜଣେ ଆଗଧାଡିର ନାରୀ ନେତ୍ରୀ ଝାନସୀ ରାଣୀ । ନିରାଶା ହେବା ପରେ ନିଷ୍ପତ୍ତି ନେଇଥିଲେ ଏକା ଲଢିବେ ଏବଂ ଜିତିବେ । ଆନନ୍ଦପୁରରେ ଆଲୋକ ସେଠୀଙ୍କୁ ହଟାଇ ନିଜର ବିଜୟର ବାନା ଉଡାଇବେ । ଏବେବି ଏରିଆରେ ଲୋକପ୍ରିୟତା କମି ନାହିଁ ଟିକେଟ ନମିଳିବା ପରେ ବି ଝାନସୀଙ୍କ ସମର୍ଥକଙ୍କ ସଂଖ୍ୟା ଦିଗୁଣିତ ଥିବା ପରିଲକ୍ଷିତ ହୋଇଛି । ତେବେ ଆଗାମୀ ସାଧାରଣ ନିର୍ବାଚନରେ କଣ ହେବ ଆନନ୍ଦପୁରର ରାଜନୈତିକ ପାଣିପାଗ । ଆନ୍ଦପୁରରେ ପଦ୍ମ ଫୁଟିବ ନାଁ ମାଟିର ଝିଅ ନିଜ ମାଟିରେ ରାଜୁତି କରିବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *