ବିଜେପିକୁ ରିଟର୍ଣ୍ଣ କରିବେ କି ସୁନନ୍ଦା ?

ବିଜେପିକୁ ରିଟର୍ଣ୍ଣ କରିବେ କି ସୁନନ୍ଦା ?

ରାଜ୍ୟରେ ବିଜେଡିର ଅନେକ ଗଡ ଥିବା ବେଳେ ସେଥିରୁ ଗୋଟିଏ ହେଉଛି ଯାଜପୁରର ବରୀ ଆସନ । କିନ୍ତୁ ଏହି ଆସନରେ ଏବେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । କାରଣ ବରୀରେ ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ବଦଳରେ ଦଳ ବିଜେପିରୁ ବିଜେଡିକୁ ଆସିଥିବା ବିଶ୍ୱ ରଞ୍ଜନ ମଲ୍ଲିକଙ୍କୁ ଟିକେଟ୍ ଦେଇଛି । ଯାହା ପରେ ସୁନନ୍ଦା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । କୁହାଯାଉଛି କି ଟିକେଟ୍ କଟିବା ପରେ ଏବେ ସେ ପୁରୁଣା ଘର ବିଜେପିକୁ ଫେରିଯିବାର ସମ୍ଭାବନା ବଢିଯାଇଛି । କାରଣ ବିଜେପି ଏଯାଏଁ ବରୀ ଆସନରେ ପ୍ରାର୍ଥୀ ଦେଇନି । ବରୀର ଟାଣୁଆ ନେତା ଦେବାଶିଷ ନାୟକ ବିଜେପିକୁ ଆସିବା ପରେ ସେ ବିଜେପି ଟିକେଟରୁ ବରୀ ଆସନରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ବଢିଥିଲା । କିନ୍ତୁ ଏବେ ବୋଧେ ତାହା ସମ୍ଭବ ନୁହେଁ ବୋଲି ଆଲୋଚନା ଚାଲିଛି । କାରଣ ବିଶ୍ୱ –ସୁନନ୍ଦାଙ୍କ କଳିର ଫାଇଦା ନେବାକୁ ଚାହିଁ ରହିଛି ବିଜେପି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ଯଦି ସୁନନ୍ଦା ବିଜେପିକୁ ରିଟଣ୍ଣ କରିବେ ତେବେ ତାଙ୍କ ପାଇଁ ଦେବାଶିଷ ବଳି ପଡିବେ । ତେବେ ଦେଖାଯାଉ ସୁନନ୍ଦାଙ୍କ ଆଗାମୀ ପଦକ୍ଷେପ କଣ ହଉଛି ଏବଂ ଦେବାଶିଷଙ୍କ ଟିକେଟ୍ ଉପରେ ଏହା କେତେ ପ୍ରଭାବ ପକାଉଛି ।

author

Related Articles

Leave a Reply

Your email address will not be published. Required fields are marked *