ବିଜେପିକୁ ସସ୍ମିତଙ୍କ କଟାକ୍ଷ

ବିଜେପିକୁ ସସ୍ମିତଙ୍କ କଟାକ୍ଷ

ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ବିଜେଡି ତାର ବିଧାନସଭା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ରାଜ୍ୟରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏଯାଏଁ ବିଜେପି ୨୧ ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି କିନ୍ତୁ ଗୋଟିଏ ବି ବିଧାନସଭା ପ୍ରାର୍ଥୀ ଘୋଷଣା କରିନାହିଁ । ପ୍ରକୃତ କଥା ହେଉଛି ବିଧାନସଭା ପାଇଁ ବିଜେପି ୧୪୭ ପ୍ରାର୍ଥୀ ପାଉନାହିଁ । ଫଳରେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ପାରୁନାହିଁ ବିଜେପି।ସସ୍ମିତ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଜନ ବିରୋଧୀ ଏବଂ ଅପରାଧିକ କାମରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ନିଜର ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି ।

author

Related Articles

Leave a Reply

Your email address will not be published. Required fields are marked *