ବିଜେପିକୁ ସହିପାରୁ ନାହାନ୍ତି ଲେଖା ନାନୀ !

ବିଜେପିକୁ ସହିପାରୁ ନାହାନ୍ତି ଲେଖା ନାନୀ !

ବିଜେପିର ନୂଆ ନୂଆ ଦୋଷ ଦୁର୍ବଳତାକୁ ଧରି ସାମ୍ନାକୁ ଆସୁଛନ୍ତି ବିଜେଡିର ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସିଧା ସିଧା ମୋହନ ସରକାରକୁ ଆକ୍ରମଣ କରୁଛନ୍ତି । କେତେବେଳେ ଦରଦାମ ବୃଦ୍ଧି ତ କେତେବେଳେ ଭୋଟ ଟାମ୍ପରିଙ୍ଗର ଅଭିଯୋଗ ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପାରି ପଣିଆ ଉପରେ ପ୍ରଶ୍ନ ଉଠାଉଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଗତକାଲି ସାମ୍ୱାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଷାଗତ ସମସ୍ୟା ନେଇ ବର୍ଷିଥିଲେ । କିନ୍ତୁ ଏବେ ଲେଖା ନାନୀଙ୍କୁ କଡା ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି । ଦୀର୍ଘ 24 ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡିଆ ଅସ୍ମିତାର ଧଜିଆ ଉଡାଇଲେ । ଓଡିଶା ବାସୀଙ୍କ ସହ ଖେଳ ଖେଳିଲେ । ଆଉ ଆଜି ବିଜେଡି ଯେଉଁ ଓଡିଆ ଅସ୍ମିତା କଥା କହୁଛି ତାହା ଦୁର୍ଭାଗ୍ୟଜନକ ବୋଲି ଭାରତୀୟ ଜନତା ପାର୍ଟି କଡା ସମାଲୋଚନା କରିଛି । ବିଜେଡି ଭିତ୍ତିହୀନ କଥା କହୁଛି ବୋଲି ଅଭିଯୋଗ ହୋଇଛି । ଲେଖାଶ୍ରୀ ଯେତେବେଳେ ବିଜେପିରେ ରହିଥିଲେ ବିଜେଡିକୁ ମଧ୍ୟ ଠିକ ଏହି ଓଡିଆ ଅସ୍ମତା କଥା କହି ସମାଲୋଚନା କରୁଥିଲେ କିନ୍ତୁ ତାଙ୍କ ଟିକେଟ ପାଇବାର ଲୋଭ ତାଙ୍କୁ ଆଜି ତଳିତଳାନ୍ତ କରିଦେଇଛି ବୋଲି ସବୁଆଡେ ଚର୍ଚ୍ଚା । ସ୍ୱାର୍ଥ ପୂରଣ ନହେଲେ ବିଷ ଓଗାଳିବା ଲେଖାଶ୍ରୀଙ୍କ ପୁରୁଣା ଅଭ୍ୟାସ । ବିଜେଡିର 24 ବର୍ଷର କଳାକାର୍ନାମାକୁ ବିଜେପି ପଦାରେ ପକାଉଥିବା ବେଳେ ନିଜର ପଣତ କାନିରେ ବିଜେଡିର କଳାକାର୍ମାମାକୁ ଘୋଡାଇ ସମାଲୋଚନାର ପାତର ହେଉଛନ୍ତି ଲେଖା ନାନୀ । ଚଳିତ ସାଧାରଣ ନିର୍ବାଚନରେ ମୋଦି ଲହରକୁ ଭେଦ ନ କରିପାରି ନିଜେ ହାର ମାନିଗଲେ ଆଉ ଏବେ ସେ ସବୁକୁ ଭୁଲି ବିଜେପି ସରକାରକୁ ଯେଉଁ ଟାର୍ଗେଟ କରୁଛନ୍ତି ତାହା ତାଙ୍କୁ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଟାଣିନେଇଛି ।

author

Related Articles

Leave a Reply

Your email address will not be published. Required fields are marked *