ବିଜେପିରୁ କଟିଲା ରାଜୁ ଦାସଙ୍କ ଟିକେଟ

ବିଜେପିରୁ କଟିଲା ରାଜୁ ଦାସଙ୍କ ଟିକେଟ

ବିଜେପିରୁ ନିରାଶ ହେଲେ ବିଜେପି ନେତା ରାଜେନ୍ଦ୍ର କୁମାର ଦାସ । ପ୍ରଥମେ ଟିକେଟ୍ ଦେଇ ପରେ ରାଜୁଙ୍କ ପାଖରୁ ଟିକେଟ ଛଡାଇ ଆଣିଛି ଭାରତୀୟ ଜନତା ପାର୍ଟୀ । ହଁ ଆଜ୍ଞା, ନୂଆ କରି ବିଜେପିକୁ ଆସିଥିବା ରାଜୁ ଦାସଙ୍କ ଠାରୁ ବିଜେପି ଟିକେଟ ଛଡାଇ ଆଣିଛି । କିଛି ମାସ ପୂର୍ବରୁ ରାଜୁ ବିଜେପିରେ ଯୋଗ ଦେଇଥିଲେ । ଏପରିକି ସୋର ବିଧାନସଭା ଆସନରୁ ବିଧାୟକ ଟିକେଟ ମଧ୍ୟ ପାଇଥିଲେ । କିନ୍ତୁ ଏବେ ଦଳ ତାଙ୍କ ଠାରୁ ସେ ଟିକେଟ ଛଡାଇ ଆଣି ବିଜେଡିରୁ ବିଜେପିକୁ ଆସିଥିବା ପର୍ଶୁରାମ ଧଡାଙ୍କୁ ଦେଇଛି । ଶ୍ରୀ ଧଡ୍ଡା ଦୁଇ ଦୁଇ ଥର ବିଜେଡିର ବିଧାୟକ ରହିଆସିଛନ୍ତି । କିନ୍ତୁ ଚଳିତ ଥର ତାଙ୍କୁ ଟିକେଟ ନମିଳିବାରୁ ସେ ବିଜେଡି ଛାଡି ବିଜେପିକୁ ଆସିଥିଲେ । ଏବଂ ଏବେ ସେ ରାଜୁଙ୍କ ବଦଳରେ ସୋରରୁ ପ୍ରାର୍ଥୀ ହୋଇଛନ୍ତି । ଯାହାପରେ ରାଜୁଙ୍କ ଚଳିତ ନିର୍ବାଚନ ଲଢିବା ଆଶା ମଉଳିଯାଇଛି । ତେବେ ରାଜୁ ଦାସ ଓରଫ ରାଜେନ୍ଦ୍ର ଦାସ ହେଉଛନ୍ତି ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ନେତା । ସେ ବିଜେଡିରେ ଥିବା ବେଳେ ଏହି ଆସନରୁ ଅନେକ ଥର ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ୨୦୨୨ ଉପନିର୍ବାଚନ ବେଳକୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା । ଯାହା ପରେ ସେ ହାର ନମାନି ୨୦୨୨ ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ନାମାଙ୍କନ ଭରିଥିଲେ । କିନ୍ତୁ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିର ହାତ ଧରିଥିଲେ । ଏପରିକି ଦଳରେ ମିଶୁ ମିଶୁ ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା । କିନ୍ତୁ ଏବେ ତାଙ୍କୁ ନିରାଶ କରି ତାଙ୍କ ବିଧାୟକ ହେବା ଆଶାକୁ ମାରି ଦେଇଛି । ତେବେ ରାଜ୍ୟରେ ନିର୍ବାଚନର ମାହୋଲ ଜମୁଥିବା ବେଳେ ପ୍ରଥମ ପଯ୍ୟାୟ ମତଦାନ ଅନୁଷ୍ଠିତ ହୋଇସାରିଛିା କିନ୍ତୁ ଏବେ ବି ରାଜନୈତିକ ଦଳ ମାନଙ୍କ ପ୍ରାର୍ଥୀ ପରିବର୍ତ୍ତନ କରିବା ପ୍ରକ୍ରିୟା ଜାରି ରହିଛି । ତେବେ ଦେଖାଯାଉ ଆଉ କେଉଁ କେଉଁ ଆସନର ପ୍ରାର୍ଥୀ ପରିବର୍ତ୍ତନ ହେଉଛି ଏବଂ କେଉଁ ମାନଙ୍କ ଟିକେଟ କଟୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *