ବିଜେପିରେ କଂଗ୍ରେସ ନେତାଙ୍କ ବୋହୂ

ବିଜେପିରେ କଂଗ୍ରେସ ନେତାଙ୍କ ବୋହୂ

ବିଜେପିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ବୋହୂ ଅର୍ଚ୍ଚନା ପାଟିଲ ଚାକୁରକର । ଶୁକ୍ରବାର ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଥିଲା । ଶେଷରେ ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।


ବିଜେପିରେ ଯୋଗଦେବା ପରେ ଅର୍ଚ୍ଚନା ପାଟିଲ କହିଛନ୍ତି, “ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ମୋଦି ଆଣିଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ମୋତେ ବହୁତ ପ୍ରଭାବିତ କରିଥିଲା। ଏହା ମହିଳାମାନଙ୍କୁ ସମାନ ସୁଯୋଗ ଦେଇଥାଏ।”

author

Related Articles

Leave a Reply

Your email address will not be published. Required fields are marked *