ବିଜେପିରେ ପୁରସ୍କୃତ ହେବେ ସମୀର ଭାଇନା !

ବିଜେପିରେ ପୁରସ୍କୃତ ହେବେ ସମୀର ଭାଇନା !

ଖୁବଶୀଘ୍ର ବିଜେପି ନେତା ସମୀର ଦାସଙ୍କୁ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବାକୁ ଯୋଜନା ଚଳାଇଛି । ରାଜ୍ୟରେ ବିଜେପି ସରକାରକୁ ଆସିବାର ମାସେରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଏଯାଏଁ ଅଧାରୁ ଅଧିକ ନେତାଙ୍କୁ ଦଳ ଥଇଥାନ କରିନି । ଯେଉଁମାନଙ୍କ ପାଇଁ ଦଳ ଆଜି ରାଜ୍ୟରେ ଏକାକି ସରାକର ଗଢିଛି ସେମାନ ପଛରେ ପଡିଯାଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏବେ କୌଣସି ବଡ ବଡ ବିଭାଗରେ ଥଇଥାନ କରିବା ପାଇଁ ଦଳ ଯୋଜନା ଚଳାଇଛି । ଯେଉଁଥିରେ ବିଜେପିକୁ ନିର୍ବାଚନ ପୂର୍ବରୁ ଆସିଥିବା ପୂର୍ବତନ ବିଧାୟକ ସମୀର ଦାସ ସାମିଲ ରହିଛନ୍ତି । କାରଣ ବିଜେପି ଜିତିବାରେ ସମୀରଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଜେଡିରେ ଅସନ୍ତୁଷ୍ଟ ବ୍ୟକ୍ତ କରି ସମୀର ବିଜେପିକୁ ଆସିଥିଲେ । ଏବଂ ବିଜେପି ମଧ୍ୟ ତାଙ୍କୁ କୋଳେଇ ନେଇଥିଲା । କିନ୍ତୁ ସମୀରଙ୍କୁ ଟିକେଟ ମିଳିନଥିଲା । ପ୍ରାର୍ଥୀ ବଦଳରେ ସମୀର କେବଳ ଜଣେ ସାଧାରଣ କର୍ମୀଭାବେ ଦଳ ପାଇଁ କାମ କରିଥିଲେ । ଏବଂ କିପରି ବିଜେଡି ହାରିବ ଏବଂ ବିଜେପି ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରିଥିଲେ । ଯାହାର ଫଳସ୍ୱରୂପ ନିମାପଡାରେ ଚଳିତ ଥର ପଦ୍ମ ଫୁଟିଲା । ଏବଂ ସମୀରଙ୍କ ନେତୃତ୍ୱରେ ଦଳ ନିମାପଡାରେ ଖାତା ଖୋଲିଲା । ଆଉ ଏବେ ଏଥିପାଇଁ ଦଳ ସମୀରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ଥାନିତ କରିପାରେ ବୋଲି ଆଲୋଚନା ଚାଲିଛି । ନିର୍ବାଚନ ନଲଢିଥିଲେ ମଧ୍ୟ ଦଳ ଜିତିବାରେ ତାଙ୍କ ଅବଦାନ ଗୁରୁତ୍‌ୂପୂଣ୍ଣ ର୍ ରହିଥିବାରୁ ମୋହନ ସରକାର ତାଙ୍କୁ ପୁରସ୍କୃତ କରିବେ ବୋଲି ସୂଚନା ମିଳୁଛି । ତେବେ ପୂର୍ବରୁ ବିଜେପିରେ ସମୀରଙ୍କ ଭୂମିକା କଣ , ଆଗକୁ ତାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ସେନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା । ହେଲେ ଏବେ ସେ ମଧ୍ୟ ବିଜେପିରେ ଏକ ବଡ ଏବଂ ଗୁରୁତ୍‌ୂପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ଚାଲିଛି । ତେବେ ଦେଖାଯାଉ ସମୀରଙ୍କୁ ଦଳ କି ଦାୟିତ୍ୱ ଦେଉଛି ଏବଂ ତାଙ୍କ ଭାଗ୍ୟରେ କେଉଁ ବିଭାଗ ପଡୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *