ବିଜେପିରେ ମିଶିବେ ରାଜୁ ଦାସ

ବିଜେପିରେ ମିଶିବେ ରାଜୁ ଦାସ

ଦିନକୁ ଦିନ ବଢିଚାଲିଛି ବିଜେପିର ବଳ । ଗତ କିଛି ଦିନ ହେବ ଅନେକ ହେଭିୱେଟ ନେତା ନିଜ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । ଏହାରି ମଧ୍ୟରେ ଏବେ ଆଉ ଜଣେ ହେଭିୱେଟ ନେତା ବିଜେପିରେ ସାମିଲ ହେବାକୁ ରେଡି ହେଲେଣି । ଧାମନଗରର ପୂବତନ ବିଧାୟକ ରାଜେନ୍ଦ୍ର ଦାସ ଏବେ ବିଜେପିରେ ସାମିଲ ହେବାକୁ ଅଣ୍ଟା ଭିଡିସାରିଲେଣି । ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ ରାଜେନ୍ଦ୍ର । ତେବେ ରାଜେନ୍ଦ୍ର ଦାସ ବିଜେଡି ଟିକେଟରୁ ବିଧାୟକ ଭାବେ ନିବାଚିତ ହୋଇଥିଲେ । କିନ୍ତୁ ଧାମନଗର ଉପ ନିବାଚନରେ ଟିକେଟ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଦଳ ବିରୋଧୀ କାର‌୍ୟ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ ରାଜୁ ଦାସ । ୨୦୦୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ୨୦୧୪ରେ ଟିକେଟ ଦେଇନଥିଲା ଦଳ । ତେବେ ୨୦୧୯ରେ ପୁଣିଥରେ ଟିକେଟ ପାଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କ ଠାରୁ ପରାଜିତ ହୋଇଥିଲେ ରାଜେନ୍ଦ୍ର । ପରେ ବିଷ୍ଣୁଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ ବିଜେଡି ଟିକେଟ ନ ପାଇ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ପରାଜିତ ହୋଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *