ବିଜେପିରେ ମିଶିଲେ ଅମରେନ୍ଦ୍ର

ବିଜେପିରେ ମିଶିଲେ ଅମରେନ୍ଦ୍ର

ଜଗତସିଂହପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଅନ୍ୟତମ ପ୍ରମୁଖ ଆଶାୟୀ ଥିବା ଅମରେନ୍ଦ୍ର ଦାସ ଗତକାଲି ଦଳରୁ ଇସ୍ତଫା ଦେବାପରେ ବିଜେପିରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଚନ୍ତି।ଅମରେନ୍ଦ୍ର କହିଛନ୍ତି, ଦୀର୍ଘ ୨୫ ବର୍ଷ ହେଲା ସେ ନିରନ୍ତର ଭାବେ ବିଜେଡି ପାଇଁ କାମ କରି ଆସୁଥିଲେ ମଧ୍ୟ ଦଳ ତାଙ୍କପ୍ରତି ଅବିଚାର କରିଛି। ଯେଉଁମାନେ ପ୍ରକୃତରେ ଦଳ ପାଇଁ କାମ କରୁଛନ୍ତି ସେମାନଙ୍କୁ ବ୍ୟବହାର କରି ଗୋଇଠାମାରି ବିଦା କରାଯାଉଛି।

ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ, ଓଡ଼ିଶାର ବିକାଶର ନେତୃତ୍ବ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି, ଆଦର୍ଶରେ ପ୍ରଭାବିତ ହୋଇ ସେ ବିଜେପିରେ ମିଶୁଥିବା କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *