ବିଜେପିରେ ମିଶିଲେ ୪୦୦ରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ

ବିଜେପିରେ ମିଶିଲେ ୪୦୦ରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ

କୌଣସି ପଦବୀ ପାଇଁ ଆଶା ନ କରି ବିଜେଡ଼ି ଦଳକୁ ୪୦ ବର୍ଷ ରୁ ଉର୍ଦ୍ଧ ନିଃସ୍ବାର୍ଥପର ଭାବେ ସେବା କରୁଥିବା ରାୟଗଡା ଜିଲ୍ଲା ବିଜେଡି ର ଦୃଢ଼ ସଂଗଠକ ତଥା ଅତୀତ ରେ ସେ ଦୀର୍ଘ ୪୦ ବର୍ଷ ଧରି ରାୟଗଡା ବିଜେଡି ସଭାପତି ଏନ ଭାସ୍କର ରାଓ ଙ୍କ ଡାହାଣ ହାତ କୁହାଯାଉଥିବା ୟାଲା କୋଣ୍ଡା ବାବୁ ଆଜି ବିଧବଦ୍ଧ ଭାବେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ନିର୍ବାଚିତ ଜନପ୍ରତିନିଧୂ ଙ୍କ ସହିତ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେଡି ଛାଡି ବିଜେପି ରେ ସାମିଲ ହୋଇଛନ୍ତି । କୋଣ୍ଡା ବାବୁ ଙ୍କ ନେତୃତୁ ରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଭୁବନେଶ୍ବରକୁ ଯାଇ ସେଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଦର୍ଶନ କରି ଏକ ବିରାଟ ପଟୁଆର ରେ ରାଜ୍ୟ ବିଜେପି କାର‌୍ୟ୍ୟାଳୟ ଠାରେ ପହଂଚିଥିଲେ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ୟାଲା କୋଣ୍ଡା ବାବୁ ଓ ତାଙ୍କରି ଦୃଢ଼ ସମର୍ଥକ ୪୦୦ ରୁ ଉର୍ଦ୍ଧ କର୍ମୀ ଙ୍କୁ ବିଜେପି ଦଳ କୁ ସ୍ବାଗତ କରିଥିଲେ । ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ରେ କିପରି ବିଜେପି ବିଜୟ ହେବ ସେଥୂପାଇଁ ମୁଁ ଓ ମୋର କର୍ମୀ ସମର୍ଥକ କାମ କରିବେ ବୋଲି ନିଜର ବକ୍ତବ୍ୟ ରେ କହିଛନ୍ତି କୋଣ୍ଡା ବାବୁ ।

author

Related Articles

Leave a Reply

Your email address will not be published. Required fields are marked *