ବିଜେପିରେ ମିଶି ନିଜ ଚମକ ହରାଇଲେ ଭାଇନା…!

ବିଜେପିରେ ମିଶି ନିଜ ଚମକ ହରାଇଲେ ଭାଇନା…!

ବିଜେପିରେ ସାମିଲ ହୋଇ ନିଜ ଚମକ ହରାଇଦେଲେ କି ପ୍ରଦୀପ ଭାଇନା ? ନିର୍ବାଚନ ସମୟରେ କୁହାଳିଆ ନେତା ତଥା ଲେଖା ଛିଡେଇ ଦେଉଥିବା ପ୍ରଦୀପଙ୍କ ଏ କି ନୀରବତା ? ହଁ ଦର୍ଶକବନ୍ଧୁ, ଗତ ନିର୍ବାଚନ ସମୟରେ କିଏ ଜିତିବ କିଏ ନାଇଁ ତାହା ଯେତିକି ଚର୍ଚ୍ଚାରେ ଥିଲା ତାଠୁ ଅଧିକ ଚର୍ଚ୍ଚାରେ ଥିଲା ବର୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଲେଖା ଛିଡେଇ ଦେବା ବୟାନ । କଥା କଥାକେ ନେତାଙ୍କ ଲେଖା ଛିଡେଇ ଦେବା କହିବା ସହ ବିଜେପି ସରକାରରେ ରାଜ୍ୟର ଡବଲ ବିକାଶକୁ ନେଇ ବଡ ବଡ ବୟାନ ଦେଉଥିଲେ ପ୍ରଦୀପ । କିନ୍ତୁ ଏବେ ଜିତିବା ପରେ ବିକାଶ ତ ଦୂରର କଥା ନିଜ ଗଡରେ କେବଳ ବିନାଶ କରୁଛନ୍ତି ପ୍ରଦୀପ । ନା ନିଜ ଗଡରେ ହେଉଥିବା ଅନ୍ୟାୟ ପ୍ରତି ପ୍ରଦୀପ ସ୍ୱର ଉଠାଉଛନ୍ତି ନା ନିଜ ଅଞ୍ଚଳର ଲୋକଙ୍କ ପାଇଁ ବାହାରୁଛନ୍ତି । ନିଜ ଗଡରେ ହିଁ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଇନଆକ୍ଟିଭ ହୋଇଯାଇଛନ୍ତି ି ପ୍ରଦୀପ । ଏପରିକି ନିଜ ଅଞ୍ଚଳରେ ନିଜ ଦଳର ଜଣେ ନେତାଙ୍କୁ ହତ୍ୟା କରାଯାଉଥିବା ବେଳେ ପ୍ରଦୀପ ହାତ ବାନ୍ଧି ବସିଛନ୍ତି । କେବଳ ସୋସିଆଲ ମିଡିଆରେ ପୋଷ୍ଟ କରି ଶୋକ ପ୍ରକାଶ କରିବା ସହ ଦୋଷୀଙ୍କୁ କିଭଳି କଠୋର ଦଣ୍ଡ ଦିଆଯିବ ସେନେଇ କେବଳ ଆଲୋଚନା କରୁଛନ୍ତି ପ୍ରଦୀପ ଭାଇନା ।

କେବଳ ଏତିକି ନୁହେଁ, ଏହି ଘଟଣା ପୂର୍ବରୁ ମଧ୍ୟ ବ୍ରହ୍ମପୁରରେ ଅନେକ ଲୋକହର୍ଷଣକାରୀ ଘଟଣା ଘଟିଛି । ୪ ବର୍ଷର ଛୋଟ ଛୁଆଠାରୁ ଆରମ୍ଭ କରି ସ୍କୁଲ ଛାତ୍ରୀ, ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ରାସ୍ତା କଡରେ ଦିନ ଦ୍ୱିପ୍ରହରେ ଯୁବକଙ୍କୁ ମାରି ଫିଙ୍ଗିଦିଆଯାଉଛିା କିନ୍ତୁ ଏସବୁ ଘଟଣାରେ ବି ସାଂସଦ ଭାବରେ ପ୍ରଦୀପ ସେପରି କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଆଉ ଏବେ ନିଜ ଦଳର ନେତାଙ୍କ କ୍ଷେତ୍ରରେ ବି ସମାନ ସ୍ଥିତି । ଯେଉଁଥିରୁ ପ୍ରଦୀପ ବିଜେପିକୁ ଆସି ବିଜେପିର ପାଣିପବନରେ ବଦଳିଯାଇଥିବା ଏବଂ ଅନ୍ୟାୟକୁ ପ୍ରଶୟ ଦେଉଥିବା ଚର୍ଚ୍ଚା ଚାଲିଛି ।

ତେବେ ବିଜେଡିର ଗଞ୍ଜାମ ଗଡକୁ ଗତ ନିର୍ବାଚନରେ ବିଜେପି ନିଜ ଅକ୍ତିଆରକୁ ଆଣି ଗଞ୍ଜାମକୁ କ୍ରାଇମ ହଟସ୍ପଟ ଭାବେ ପରିଗଣିତ କରିଥିବା ବେଳେ ଦେଖାଯାଉ ଆଉ କେଉଁ କେଉଁ ଜିଲ୍ଲା ଏଥିରେ ସମ୍ପୃକ୍ତ ହେଉଛି ନା ନିଜ ଗଡରେ ଶାନ୍ତି ଫେରାଇ ଆଣିବାକୁ ପ୍ରଦୀପ ପାଦ ଆଗକୁ ବଢାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *