ବିଜେପିରେ ରହି ବିଜେପିର ଗୁମର ଖୋଲିବେ ଜୟନାରାୟଣ !

ବିଜେପିରେ ରହି ବିଜେପିର ଗୁମର ଖୋଲିବେ ଜୟନାରାୟଣ !

24 ବର୍ଷର ବିଜେଡି ସାମ୍ରାଜ୍ୟକୁ ପଛରେ ପକାଇ ଓଡିଶାରେ ଟ୍ରେଣ୍ଡ କରୁଛି ମୋହନ ସରକାର । ସରକାର ହେବା ପରେ ଭିନ୍ନ ଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ନିଜର ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛି ଭାରତୀୟ ଜନତା ପାର୍ଟି । ଦଳୀୟ ନେତାଙ୍କୁ ଥଇଥାନ କରୁଛି ବିଜେପି । ନିର୍ବାଚନରେ ଯେଉଁ ନେତା ମାନେ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ନୂଆ ନୂଆ ଦାୟିତ୍ୱ ମିଳିବ ନେଇ ପ୍ରସ୍ତୁତି ବୈଠକ ଚାଲିଛି । ରାଜ୍ୟସଭାପତି ମନମୋହନ ସାମଲ ନିର୍ବାଚନ ଲଢି ହାର ମାନିଥିଲେ ସତ୍ତ୍ୱେ ସଭାପତି ଭାବେ ଦଳକୁ ମଜଭୁତ କରିବାରେ ତାଙ୍କର ଏକ ମୁଖ୍ୟ ଭୂମିକା ରହିଛି ଯେଉଁଥି ପାଇଁ ତାଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଜୋର ଚର୍ଚ୍ଚା । ସେହିପରି ସମୀର ମହାନ୍ତି,ଜଗନ୍ନାଥ ପ୍ରଧାନ, ସମୀର ରଞ୍ଜନ ଦାସଙ୍କ ଭଳି ନେତାଙ୍କୁ ମଧ୍ୟ ଦଳ ତରଫରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ । କିନ୍ତୁ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି କି ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ ଏହି ତାଲିକାରେ ନାହିଁ । ବିରୋଧି ଦଳ ନେତା ଭାବେ ସରକାରକୁ ଘେରିବାରେ ଏକ ମୁଖ୍ୟ ଭୂମିକା ନିଭାଉଥିବା ଜୟନାରାୟଣଙ୍କୁ ଅଣଦେଖା କରିବାରେ ଲାଗିଛି ବିଜେପି ସରକାର । ପ୍ରଥମେ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଲାନି ଆଉ ଏବେ ଦଳୀୟ ନେତାଙ୍କୁ ଥଇଥାନ କରିବା ପାଇଁ ଚର୍ଚ୍ଚା ହେଉଥିବା ତାଲିକାରେ ମଧ୍ୟ ନାହିଁ ଜୟନାରାୟଣ ମିଶ୍ରଙ୍କ ନାମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖେ ଥିବା ଗୃହ ବିଭାଗର ମନ୍ତ୍ରୀ ହେବାକୁ ଚାହୁଁଥିଲେ ଜୟନାରାୟଣ ମିଶ୍ର । କିନ୍ତୁ ଚର୍ଚ୍ଚା ହେଲା ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେଲେ ଜୟନାରାୟଣଙ୍କୁ କୌଣସି ନା କୌଣସି ବିଭାଗର ଦାୟିତ୍ୱ ଦିଆଯିବ । ହେଲେ ଏବେ ସମ୍ୱଲପୁର ବିଧାୟକଙ୍କୁ ଭୁଲିଗଲେ ମୋହନ ସରକାର । ଦୀର୍ଘ ବର୍ଷ ଦଳ ପାଇଁ କାର୍ଯ୍ୟକରି ଆଜି ସେହି ଦଳ ପାଇଁ ଅଲୋଡା ଜୟନାରାୟଣ ମିଶ୍ର । ଦଳରୁ ଏତେ ଧୋକା ଖାଇବା ପରେ ସେହି ଦଳରେ ରହି ଦଳକୁ ଆଗକୁ ନେବାରେ ସାହାଯ୍ୟ କରିବେ ନା ଅନ୍ୟ କେଉଁ ପଦକ୍ଷେପ ନେବେ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *