ବିଜେପିରେ ସାମିଲ ହେଲେ ଅନୁପମା ଫେମ୍ ‘ରୂପାଲି’

ବିଜେପିରେ ସାମିଲ ହେଲେ ଅନୁପମା ଫେମ୍ ‘ରୂପାଲି’

ରାଜନୀତିରେ ପାଦ ଥାପିଲେ ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି । ଲୋକପ୍ରିୟ ସିରିୟଲ ଅନୁପମାର ଫେମ୍ ରୂପାଲି ଗାଙ୍ଗୁଲି ଟେଲି ଦୁନିଆରୁ ବାହାରି ଆଜି ସେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି । ତେବେ ସେ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇ ନିଜ ପଲିଟିକାଲ କ୍ୟାରିୟର ଆରମ୍ଭ କରିଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ରୂପାଲି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ରୂପାଲି ଗାଙ୍ଗୁଲି ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ ପ୍ରଂଶସକ । ଅନେକ ସମୟରେ ମୋଦିଙ୍କୁ ପ୍ରଂଶସା କରନ୍ତି ରୂପାଲି । ଏପରିକି କିଛି ଦିନ ପୂର୍ବରୁ ମୋଦିଙ୍କୁ ଭେଟିବା ପରେ ରୂପାଲି କହିଥିଲେ, ମୋ ପାଇଁ ପ୍ରଧାନମନ୍ତ୍ରୀ ହେଉଛନ୍ତି ଜଣେ ଷ୍ଟାର । ଯିଏ ଭାରତକୁ ବିକାଶର ଏକ ନୂଆ ଶିଖରରେ ପହଞ୍ଚାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *