ବିଜେପିର ଏକ କୋଟିକୁ ବିଜେଡିର ଦେଢ଼ କୋଟି

ବିଜେପିର ଏକ କୋଟିକୁ ବିଜେଡିର ଦେଢ଼ କୋଟି

ଏଥର ନିର୍ବାଚନ ଝଡ ପୁରା ଶଙ୍ଖ ଭବନକୁ ଦୋହଲାଇଦେଇଛି . ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ପରେ ଅନେକ ନେତା କର୍ମୀ ନବୀନଙ୍କ ହାତ ଛାଡ଼ି ମନମୋହନଙ୍କ ହାତ ଧରୁଥିବା ଦେଖିବାକୁ ମିଳୁଛି .ଯେଉଁଥି ପାଇଁ ନିଜ ଦଳକୁ ପୁଣି ଥରେ ତୃଣ ମୂଳ ସ୍ତରରୁ ମଜବୁତ କରିବା ପାଇଁ ନବୀନ ଆରମ୍ଭ କରିବେ ପଦଯାତ୍ରା .ଲୋକଙ୍କ ପାଖକୁ ଆଉ ଗାଡ଼ି କିମ୍ବା ହିଲିକପ୍ଟର ନୁହେଁ ଚାଲି ଚାଲି ପହଂଚିବେ ଶଙ୍ଖପତି .

ତେବେ କେବଳ ବିଜେଡି ନୁହେଁ ବିଜେପି ମଧ୍ୟ ନିଜର ସଦସ୍ୟତା ଅଭିଯାନ ଆରମ୍ଭ କରିସାରିଛିି . ବିଜେପିର ଏକ କୋଟିକୁ ବିଜେଡିର ଦେଢ଼ କୋଟି .ସଦସ୍ୟତା ସଂଗ୍ରହ ପାଇଁ ଦୁଇ ଦଳର ନିଜର ଯୋଜନା ସ୍ଥିର କରିସାରିଛନ୍ତି .. ଅଧିକ ସଦସ୍ୟ ସଂଗ୍ରହ ପାଇଁ ବିଜେପି ଓ ବିଜେଡ଼ି ଘରକୁ ଘର ବୁଲିବା ପରେ . କଲେଜ ଓ ସାର୍ବଜନୀନ ସ୍ଥାନରେ ସଦସ୍ୟ ସଂଗ୍ରହ କରାଯିବ . ନିର୍ବାଚନ ପରେ ଏବେ ସଂଗଠନ ମଜବୁତ କରିବା ପାଇଁ ଦୁଇ ଦଳର ଫୋକସରେ ପଂଚାୟତ ଓ ପୌର ନିର୍ବାଚନ . ବୁଥ ସ୍ତରରେ ସଦସ୍ୟଙ୍କୁ ଏକାଠି କରିବାକୁ ଜୋରଦାର ପ୍ରୟାସ ଜାରି ରହିଛି . ସେହିପରି ସଦସ୍ୟତା ସଂଗ୍ରହ ଅଭିଯାନ ରେ ୨୫ଲକ୍ଷ ଲୋକଙ୍କୁ ଯୋଡ଼ି ସାରିଲାଣି ବିଜେଡି .

ପ୍ରଥମ ପର୍ଯ୍ୟାୟ ସଦସ୍ୟତା ସଂଗ୍ରହ ଅଭିଯାନ ସରିଥିବା ବେଳେ ଆଗକୁ ଆଉ ଦୁଇ ପର୍ଯ୍ୟାୟ ରହିଛି .ବିଧାୟକ ,ସାଂସଦଙ୍କ ସହିତ ସବୁ ମୋର୍ଚ୍ଚା ଗୁଡିକୁ ସଦସ୍ୟ ସଂଗ୍ରହ ପାଇଁ ଦିଆଯାଇଛି ଟାର୍ଗେଟ .ଯୁବମୋର୍ଚ୍ଚ ପକ୍ଷର ୁବିଶ୍ୱବିଦ୍ୟାଳୟ କଲେଜରେ ସଦସ୍ୟତା ଅଭିଯାନ କରିବାକୁ ଯୋଜନା କରାଯାଇଛି . ସେହିପରି ଆଗକୁ ପାର୍ବଣ ରୁତୁ ଆସିବାକୁ ଥିବା ବେଳେ ଦୁର୍ଗାପୂଜାରେ ମଧ୍ୟ ବିଭିନ୍ନ ପୂଜା ପ୍ୟାଣ୍ଡେଲ ସମ୍ମୁଖରେ ସଦସ୍ୟତା ସଂଗ୍ରହ କ୍ୟାମ୍ବ ଲଗାଇବାକୁ ଯୋଜନା ରହିଛି .

ସେହିପରି ବିଜେଡି ମଧ୍ୟ ପ୍ରତିବର୍ଷ ପରି ଏଥର ମଧ୍ୟ ଗାନ୍ଧୀ ଜୟନ୍ତୀରୁ ଜନ ସଂପର୍କ ପଦଯାତ୍ରା କରିବ .ଅକ୍ଟୋବର ୬ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ କର୍ଯ୍ୟକ୍ରମ , ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱତୀୟ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ ହେବ .ସେହିପରି ଅକ୍ଟୋବର ୯ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ ଡିସେମ୍ବର ୯ ତାରିଖ ଯାଏ ପ୍ରାୟ ଦୁଇ ମାସ ପର୍ଯ୍ରନ୍ତ ଚାଲିବ କାର୍ଯ୍ୟକ୍ରମ . ଘରକୁ ଘର ଯାଇ ସଦସ୍ୟ କରିବାକୁ ନିଷ୍ପତି ନେଇଛି ଦଳ

author

Related Articles

Leave a Reply

Your email address will not be published. Required fields are marked *