ବିଜେପିର ଏ କି ନୀତି ?

ବିଜେପିର ଏ କି ନୀତି ?

ଲିଙ୍ଗରାଜ ମନ୍ଦିର ଭିତରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫଟୋ ଉଠାଇବାକୁ ନେଇ ଏବେ ବି ମାହୋଲ ଉଷ୍ମ ରହିଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ସମ୍ପୂଣ୍ଣ ବ୍ୟାନ କରାଯାଇଥିବା ବେଳେ ସେବାୟତ ଜଣଙ୍କ କିପରି ଶିଳ୍ପାଙ୍କ ସହ ଫଟୋ ଉଠାଇଲେ ତାକୁ ନେଇ ସମାଲୋଚନା କରାଯାଉଛି । ଏପରିକି ଖୋଦ ବିଜେପି ବିଧାୟକ ବାବୁ ସିଂ ଏହା ଉପରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବା ନେଇ ଦୃଢୋ କ୍ତି ପ୍ରକାଶ କରିଛନ୍ତି । କିନ୍ତୁ ଅନ୍ୟପଟେ ଖୋଦ ବିଜେପି ନେତାମାନେ ପୂବରୁ ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇଥିବା ଏବଂ ନିଜ ସୋସିଆଲ ମିଡିଆ ପେଜରେ ସେୟାର କରିଥିବା ନଜିର ରହିଛି । କିନ୍ତୁ ସେ ସମ୍ପର୍କରେ କିଛି ବି ସମସ୍ୟା ଦେଖାଦେଇନି । କିନ୍ତୁ ଏବେ ଶିଳ୍ପା ସେଟ୍ଟୀଙ୍କୁ ସମାଲୋଚନା କରାଯିବା ସହ ଲିଙ୍ଗରାଜ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ଯାହାକୁ ନେଇ ବିଜେପିର ଏ କି ନୀତି ବୋଲି ସାଧାରଣରେ ପ୍ରଶ୍ନ କରାଯାଉଛିା

author

Related Articles

Leave a Reply

Your email address will not be published. Required fields are marked *