ବିଜେପିର ବଡ ନିଷ୍ପତ୍ତି….ରାଜ୍ୟସଭା ଯିବେ ଏହି ନେତା…

ବିଜେପିର ବଡ ନିଷ୍ପତ୍ତି….ରାଜ୍ୟସଭା ଯିବେ ଏହି ନେତା…

ବିଜେଡିରୁ ବିଜେପିକୁ ଆସିଥିବା ମମତା ମହନ୍ତଙ୍କୁ ନେଇ ଥମୁନି ଚର୍ଚ୍ଚା । ଗୋଟେ ପଟେ ମମତାଙ୍କୁ ନେଇ ବିଜେଡିରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ବିଜେପିରେ ମଧ୍ୟ ସେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛନ୍ତି । ମମତା ନିଜ ରାଜ୍ୟସଭା ପଦ ସହ ବିଜେଡି ଛାଡିବା ପରେ ସେ ପଦ୍ମ ଧରିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ଏବଂ ଏହେ ହେଲା ମଧ୍ୟ । କିନ୍ତୁ ତାଙ୍କ ବଦଳରେ ବିଜେପିରୁ କିଏ ରାଜ୍ୟସଭା ଯିବେ ତାକୁ ନେଇ ବିଜେପି ଶିବିରରେ ଆଲୋଚନା ଚାଲିଥିଲା । ଏପରିକି ବିଜେପିରେ ଯେଉଁ ନେତା ମାନଙ୍କୁ କିଛି ଦାୟିତ୍ୱ ମିଳିନି ସେମାନଙ୍କ ମଧ୍ୟରୁ କାହାକୁ ରାଜ୍ୟସଭା ପଠାଯାଇପାରେ ବୋଲି ଆଶଙ୍କା ରହିଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁରସ୍କାର ଦେବାକୁ ଯାଇ ତାଙ୍କୁ ରାଜ୍ୟସଭା ପଠାଇବାକୁ ବିଜେପି ନିଷ୍ପତ୍ତି ନେଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଥିଲେ । କିନ୍ତୁ ଏବେ ଯେଉଁ ଚର୍ଚ୍ଚା ହେଉଛି ସେଥିରୁ ଏପରି କିଛି ବି ହେଲା ପରି ମନେ ହେଉନି । କାରଣ କୁହାଯାଉଛି କି ମମତା ମହନ୍ତ ପୁଣି ଥରେ ରାଜ୍ୟସଭାକୁ ରିପିଟ୍ ହୋଇପାରନ୍ତି ବୋଲି । ପୂର୍ବରୁ ସେ ବିଜେଡିର ସାଂସଦ ଥିବା ବେଳେ ଏବେ ବିଜେପିର ସାଂସଦ ହୋଇ ସେ ରାଜ୍ୟସଭାକୁ ପୁଣି ଥରେ ୟୁଟର୍ଣ୍ଣ କରିପାରନ୍ତି ବୋଲି ଜୋରସୋରରେ ଆଲୋଚନା ହେଉଛିା ଏପରିକି ବିଜେଡି ଛାଡିବା ପୂବରୁ ମମତା ଏ ସମ୍ପର୍କରେ ଦିଲ୍ଲୀ ନେତାଙ୍କ ସହ ଆଲୋଚନା କରିଥିବା ବରିଷ୍ଠ ନେତା ମଧ୍ୟ ମତପ୍ରକାଶ କରୁଛନ୍ତି । ଅନ୍ୟପଟେ ବିଜେଡି ଆଦିବାସୀ ଏବଂ ନାରୀନେତ୍ରୀ ମାନଙ୍କୁ ପ୍ରାଧାନ୍ୟ ଦେଇଥିବା ବେଳେ କୁଡୁମୀ ସମାଜକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲାର ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇଥିଲେ । କିନ୍ତୁ ଦଳରେ ତାଙ୍କୁ ଗୁରୁତ୍ୱ ନମିଳିବା ଅଭିଯୋଗ କରି ଏବେ ସେ ବିଜେପି ଶିବିରରେ । ଆଉ ଯଦି ବିଜେପି ପୁଣି ତାଙ୍କୁ ଅବହେଳା କରେ ତେବେ କୁୁଡୁମୀ ସମାଜର ଅବିଶ୍ୱାସ ବିଜେପି ପାଇଁ ମଧ୍ୟ ସମାନ ରହିବାର ସମ୍ଭାବନା ରହିଛି । ତେଣୁ ବିଜେପି ଏଭଳି ପିଲାଳିଆମି କେବେ ବି କରିବନି ବୋଲି ସେଥିରେ ସନ୍ଦେହ ନାହିଁ । ଅନ୍ୟପଟେ ରାଜ୍ୟସଭାରେ ମମତାଙ୍କ କାର୍ଯ୍ୟକାଳ ଆଉ ମାତ୍ର ଦେଢ ବର୍ଷ ଥିବାରୁ ଏତେ କମ୍ ସମୟ ପାଇଁ ମନମୋହନଙ୍କୁ ଦଳ ରାଜ୍ୟସଭା ପଠାଇବା ପାଇଁ ଚାହୁଁନି । ତେଣୁ ରାଜ୍ୟସଭା ପାଇଁ ମମତା ହିଁ ବିଜେପି ପାଇଁ ଏକମାତ୍ର ଗୋଟି ସାଜିଛନ୍ତି । ତେବେ ଦେଖାଯାଉ ଏହି ଚର୍ଚ୍ଚାରେ କେବେ ପୂଣ୍ଣଚ୍ଛେଦ ପଡୁଛି ଏବଂ କିଏ ରାଜ୍ୟସଭା ଯାଉଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *