ବିଜେପିର ଭରସା ହରାଇଲେ ମମତା !

ବିଜେପିର ଭରସା ହରାଇଲେ ମମତା !

ବିଜେପିକୁ ଆସିବି ବିଜେପିର ଭରସା ଜିତି ପାରିନାହାନ୍ତି କି ମମତା ମହନ୍ତ । କାହିଁକି ମମତାଙ୍କ ନାମାଙ୍କନ ଭରିବା ପରେ ବି ଡମି କ୍ୟାଣ୍ଡିଡେଟ ଦେଲା ରାଜ୍ୟ ବିଜେପି । ଏପ୍ରଶ୍ନ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଜେଡିରୁ ବିଜେପିକୁ ଆସିବା ପୂର୍ବରୁ ହିଁ ମମତା ନିଜ ପଦ ବଜାୟ ରଖିବେ ବୋଲି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲ।। ଯାହା ପରବର୍ତୀ ସମୟରେ ମଧ୍ୟ ପ୍ରମାଣିତ ହେଲା । କିନ୍ତୁ ଏଥିରେ ବି ବିଜେପି କେଁ ବାହାର କରିଛି । ମମତା ରାଜ୍ୟସଭା ପଦ ପାଇଁ ନାମାଙ୍କନ ଭରିବା ପରେ ବି ଶେଷ ମୂହୁର୍ତରେ ଆଉ ଜଣେ ଦଳୀୟ ନେତା ଜଗନ୍ନାଥ ପ୍ରଧାନଙ୍କୁ ରାଜ୍ୟସଭା ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ କରାଇଛି ଦଳ । ଯାହାକୁ ନେଇ ଏବେ କନଫ୍ୟୁଜନ ସୃଷ୍ଟି ହୋଇଛି । ମମତାଙ୍କ ଉପରେ ଦଳ ଭରସା କରିପାରିଲେନି ନା ରାଜ୍ୟସଭା ପାଇଁ ଦଳ ଅନ୍ୟ କିଛି ରଣନୀତି ପ୍ରସ୍ତୁତ କରିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ଅନ୍ୟପଟେ ଉଭୟ ପ୍ରାର୍ଥୀ ନାମାଙ୍କନ ଭରିବା ସମୟରେ ଦଳୀୟ ନେତା ଉପସ୍ଥିତ ଥିବା ନଜର ଆସିଛି । ମମତାଙ୍କ ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଥିବା ବେଳେ ଜଗନ୍ନାଥଙ୍କ ନାମାଙ୍କନ ସମୟରେ ୧୦ ଜଣ ବିଧାୟକ ଉପସ୍ଥିତ ଥିଲେ । ଯାହାକୁ ନେଇ ଏଚର୍ଚ୍ଚା ମଧ୍ୟ ହେଉଛି ଯେ, ବିଜେପିରେ କିଛି ଅଦୃଶ୍ୟ ଫାଟ ସୃଷ୍ଟି ହୋଇଛି । ଗୋଟିଏ ଦଳ ମମତାଙ୍କୁ ସପୋର୍ଟ କରୁଥିବା ବେଳେ ଅନ୍ୟ ଏକ ଦଳ ନିଜ ଦଳୀୟ କର୍ମୀଙ୍କୁ ସପୋର୍ଟ କରୁଛନ୍ତି । କିନ୍ତୁ ଏହାକୁ ନେଇ ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି ଯେ, ମମତା ମହନ୍ତ ହିଁ ରାଜ୍ୟସଭାକୁ ଯିବେ । ଏବଂ ଜଗନ୍ନାଥ ପ୍ରଧାନ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେବେ ବୋଲିା କାହିଁକି ମମତାଙ୍କ ନାମାଙ୍କନରେ କିଛି ତୃଟି ଥାଇପାରେ ବୋଲି ଆଶଙ୍କା କରି ବିଜେପି ଡମି କ୍ୟାଣ୍ଡିଡେଟର ସାହାରା ନେଇଛି । ତେବେ ଉଭୟଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ସରିଥିବା ବେଳେ ଉଭୟଙ୍କ ପ୍ରାର୍ଥୀପତ୍ର ଏବେ କାଏମ ରହିିଥିବା ସୂଚନା ମିଳିଛି । ତେବେ ଦେଖିବାକୁ ବାକି ରହିଲା କିଏ ନିଜ ପ୍ରାର୍ଥୀପତ୍ର କାଏମ ରଖୁଛନ୍ତି ଏବଂ କିଏ ପ୍ରତ୍ୟାହାର କରୁଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *