ବିଜେପି ଛାଡିଲେ କାଳୁ ଖଣ୍ଡାୟତରାୟ !

ବିଜେପି ଛାଡିଲେ କାଳୁ ଖଣ୍ଡାୟତରାୟ !

ବିଜେପିକୁ ଅଲବିଦା କହିଲେ କାଳୁ ଖଣ୍ଡାୟତରାୟ । ଖୋର୍ଦ୍ଧାରୁ ଟିକେଟ କଟିବା ପରେ ଅସନ୍ତୋଷର ନିଆଁରେ କୁହୁଳୁଥିବା କାଳୁ ଏବେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଟିକେଟ କଟିବା ପଛର ରହସ୍ୟ କହିବା ସହ ଟିକେଟ ପାଇଁ ତାଙ୍କୁ ଭୁବନେଶ୍ୱର ସାଂସଦ ୨ କୋଟି ଟଙ୍କା ମାଗିଥିବା ସେ ଅଭିଯୋଗ କରିଛନ୍ତି । ୨ କୋଟି ଟଙ୍କା ପାଇଁ ତାଙ୍କ ଟିକେଟ୍ ପ୍ରଶାନ୍ତ ଜଗଦେବଙ୍କୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି କାଳୁ । ତେବେ ଟିକେଟ କଟିବା ପରେ ରାଗରେ ଜର୍ଜରିତ ଥିବା କାଳୁ ନିଜ ସମର୍ଥକଙ୍କୁ ନେଇ ବିଶାଳ ସମାବେଶ କରିବା ସହିତ ଅପରଜାତିଙ୍କ ଉପରେ ବର୍ଷିଥିଲେ । ତେବେ ଏହା ପରେ ରାଜ୍ୟ ସଭାପତି ମନମୋହନ ସାମଲ କାଳୁଙ୍କୁ ସହ ଆଲୋଚନା କରି ୪୮ ଘଣ୍ଟା ସମୟ ମାଗିଥିଲେ । କିନ୍ତୁ ଏ ସମୟ ପୂର୍ବରୁ ହିଁ କାଳୁ ଖଣ୍ଡାୟତରାୟ ବିଜେପି ଛାଡି ସ୍ୱାଧୀନ ଲଢିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ,୧୦ ବର୍ଷ ଦଳ ପାଇଁ କାମ କରିବା ପରେ ବି ୧୦ ଦିନ ତଳେ ଦଳରେ ଯୋଗ ଦେଇଥିବା ଜଣେ ଦାଗୀ, ଅପରାଧୀଙ୍କୁ ଟିକେଟ ଦେଇଛନ୍ତି ଅପରାଜିତା । ତେବେ ରାଜ୍ୟ ସଭାପତି ମତେ ସମୟ ମାଗିଥିଲେ କିନ୍ତୁ ମୁଁ ମୋ ସମର୍ଥକଙ୍କ ନିଷ୍ପତ୍ତି କ୍ରମେ ମୁଁ ସ୍ୱାଧୀନ ଲଢିବି ବୋଲି ଘୋଷଣା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *