କାମ କରୁନି କି ବିଜେପି ନେତାଙ୍କ ମୁଣ୍ଡ । ନା ଏବେ ବି ସରକାରକୁ ଆସିବାର ହ୍ୟାଙ୍ଗଓଭରରୁ ମୁୁକୁଳିନାହାନ୍ତି ବିଜେପି ନେତା । ଏଭଳି କିଛି ଚର୍ଚ୍ଚା ଏବେ ବିଜେପି ନେତାଙ୍କ ଭାଇରାଲ ଭିଡିଓକୁ ନେଇ ଚାଲିଛି । ଥରେ ଶୁଣନ୍ତୁ କଣ କହୁଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ।
କୁଆଡେ ବିଜେପି ସରକାର ଶିକ୍ଷା ବିଭାଗରେ ସାଢେ ୪୦୦୦ ଡକ୍ଟରଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି ବୋଲି କଣ୍ଟାବାଞ୍ଜି ବିଧାୟକ କହିଲେ । ଏପରିକି ମଞ୍ଜରେ ଉପସ୍ଥିତି ଥିବା ଅନ୍ୟ କର୍ମୀମାନେ ମଧ୍ୟ ଏହା ଶୁଣି ତାଳି ମାରୁଥିଲେ । ଯାହାକୁ ନେଇ ଏବେ ସବୁଆଡେ ବିଜେପିକୁ ତୀବ୍ର ସମାଲୋଚନା କରାଯାଉଛି । ଏବଂ ବିଜେପି ନେତାଙ୍କ ଜ୍ଞାନକୁ ନେଇ ମଧ୍ୟ କଟାକ୍ଷ କରାଯାଉଛି ।
ତେବେ ଲକ୍ଷ୍ମଣ ବାଗ୍ ୨୦୨୪ ନିର୍ବାଚନରେ ବେଶ୍ ଚର୍ଚ୍ଚାରେ ରହିଥିଲେ । ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିବାରୁ ତାଙ୍କ ପାଦ ଆଉ ମାଟିରେ ଲାଗୁନଥିଲା । ଏବଂ ନିର୍ବାଚନ ପରେ ତାଙ୍କ ବ୍ୟବହାରରେ ମଧ୍ୟ ଅନେକ ପରିବର୍ତନ ଆସିଥିଲା । କିନ୍ତୁ ଏବେ ସେ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଥମେ ନିର୍ବାଚନୀ ମାମଲାକୁ ନେଇ ଆଉ ଏବେ ଭାଇରାଲ ଭିଡିଓକୁ ନେଇ ।