ବିଜେପି ପାଇଁ ବଦଳିଗଲା କାଳୁଙ୍କ ସ୍ୱର

ବିଜେପି ପାଇଁ ବଦଳିଗଲା କାଳୁଙ୍କ ସ୍ୱର

ଚଳିତ ନିର୍ବାଚନର ଫଳାଫଳରେ ରାଜ୍ୟ ରାଜନୀତିର ଚିତ୍ର ବଦଳିବା ସହ ନେତାମାନଙ୍କର ଆଭିମୁଖ୍ୟ ବି ବଦଳିଯାଇଛି । ନିର୍ବାଚନ ସମୟରେ ଯେଉଁନେତା ନିଜ ଦଳ ବିରୁଦ୍ଧରେ ରଣହୁଙ୍କାର ଦେଉଥିଲେ ଏବେ ସେମାନଙ୍କ ସ୍ୱର ବଦଳିଯାଇଛି । ନିଜ ଦଳ ବିରୁଦ୍ଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ନେତା ଏବେ ନିଜ ପୁରୁଣା ଦଳର ନେତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ୍ଧାର ଚର୍ଚ୍ଚିତ ଚେହେରା କାଳୁ ଖଣ୍ଡାୟତରାୟଙ୍କ କ୍ଷେତ୍ରରେ । ବିଜେପି ନେତା ପ୍ରଶାନ୍ତ ଜଗଦେବଙ୍କ ପାଇଁ ଟିକେଟ କଟିବା ପରେ ରାଗରେ ଜର୍ଜରିତ ଥିବା କାଳୁ ଖଣ୍ଡାୟତରାୟ ତାଙ୍କ ବିରୁଦ୍ଧରେ ଯାଇ ଖୋର୍ଦ୍ଧାରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ଛିଡା ହୋଇଥିଲେ । ଏପରିକି ପ୍ରଶାନ୍ତ ଜଗଦେବଙ୍କୁ ଟାର୍ଗେଟ କରିବା ସହ ପ୍ରଶାନ୍ତ ଏବଂ ବିଜେପି ବିରୁଦ୍ଧରେ ରଣହୁଙ୍କାର ମଧ୍ୟ ଦେଇଥିଲେ । ବାରମ୍ବାର ସଭା ସମିତି କରି ବିଜେପି ବିରୁଦ୍ଧରେ ପ୍ରଚାର କରୁଥିଲେ । କିନ୍ତୁ ଏବେ ତାଙ୍କ ବିଜୟକୁ ପ୍ରଶଂସା କରିବା ସହ ଦଳର ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି । ଖାଲି ସେତିକି ନୁହେଁ ଦୀର୍ଘ ଦିନ ଧରି ସେ ଯେଉଁ ସ୍ୱପ୍ନ ଦେଖିଥିଲେ ଓଡିଶାରେ ବିଜେପି ସରକାର ଗଢିବ ବୋଲି ତାହା ପୂରଣ ହୋଇଛି ବୋଲି ନିଜ ଫେସବୁକ ପେଜରେ ଲେଖି ସମସ୍ତଙ୍କୁ ଚକିତ କରିଛନ୍ତି । ଏହାସହ ତାଙ୍କ ପ୍ରିୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜୟରେ ସେ ଅତ୍ୟନ୍ତ ଖୁସି ଥିବା ସହ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରୁଥିବାର ଏକ ଭିଡିଓ ମଧ୍ୟ ସେ ନିଜ ସୋସିଆଲ ମିଡିଆ ସାଇଡ୍ ଫେସବୁକ ପେଜରେ ସେୟାର କରିଛନ୍ତି । ତେବେ ଏହା ପରେ କାଳୁ ଖଣ୍ଡାୟତରାୟଙ୍କ ସ୍ୱର ବିଜେପି ପ୍ରତି ବଦଳିଯାଇଥିବା କୁହାଯାଉଥିବା ବେଳେ ସେ ବିଜେପିକୁ ପୁଣି ଥରେ ରିଟର୍ଣ୍ଣ କରିପାରନ୍ତି ବୋଲି ଦ୍ୱନ୍ଦ୍ୱ ବଢାଇଛି । ଅନ୍ୟପଟେ କାଳୁଙ୍କ ଏଭଳି ପୋଷ୍ଟ ପରେ କାଳୁଙ୍କ ସମର୍ଥକ ମଧ୍ୟ କାଳୁଙ୍କୁ ତୀବ୍ର ସମାଲୋଚନା କରୁଥିବା ନଜର ଆସିଛନ୍ତି । ତେବେ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ବେଳେ ଦେଖାଯାଉ ଏବେ କାଳୁଙ୍କ ଆଗାମୀ ପଦକ୍ଷେପ କଣ ହେଉଛି , ସେ ବିଜେପିକୁ ରିଟଣ୍ଣ କରୁଛନ୍ତି ନା ନାହିଁ ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *