ବିଜେପି ପାଇଁ ଭୟଙ୍କର ସ୍ଥିତି ଆଡକୁ ମୁହାଁଉଛି ଓଡ଼ିଶା !

ବିଜେପି ପାଇଁ ଭୟଙ୍କର ସ୍ଥିତି ଆଡକୁ ମୁହାଁଉଛି ଓଡ଼ିଶା !

ଓଡ଼ିଶାରେ ଏ କେଉଁ ପ୍ରକାର ଶାସନ ଚାଲିଛି ? ଗରିବ, ମହିଳା, ଚାଷୀ, ଯୁବଗୋଷ୍ଠୀଙ୍କୁ ନାକରେ କନ୍ଦାଇ କଣ ପାଉଛି ବିଜେପି ? ରାଜ୍ୟରେ ସରକାର ପରିବର୍ତନ ହେବାର ମାତ୍ର 19 ମାସ ହୋଇଛି । କିନ୍ତୁ ଏହି 19 ମାସ ଭିତରେ ଓଡ଼ିଶାର ନକ୍ସା ବଦଳିଗଲାଣି। ସବୁଥିରେ ଆଗୁଆ ଥିବା ଓଡ଼ିଶା ବିଜେପି ପାଇଁ ସବୁଥିରେ ତଳମୁହାଁ ହେଲାଣି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ମାଗଣା ସେବା, ଏପରିକି ରୋଜଗାରରେ ବି ଓଡ଼ିଶାର ସ୍ଥିତି ଦୁର୍ବଳ ହୋଇଗଲାଣି। ଚାଷୀ ରାସ୍ତାରେ ବସୁଛନ୍ତି, ଯୁବପିଢି ରାଜ୍ୟର ଭବିଷ୍ୟତ ହେବେ କଣ ଓଲଟା ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି । ଆଉ ଏଥିରୁ ଓଡ଼ିଶା ବିଜେପି ପାଇଁ କେଉଁ ଆଡକୁ ଗତି କରୁଛି ତାହା ଜଳ ଜଳ ଦିଶୁଛି ।
ତେବେ ରାଜ୍ୟରେ ଥିବା ପ୍ରମୁଖ ସମସ୍ୟା ଗୁଡିକ ମଧ୍ୟରେ ଆଗରେ ରହିଛି ବେରୋଜଗାରୀ । ଏପଟେ ଦରଦାମ ଆକାଶ ଛୁଆଁ । ସେପଟେ ଯୁବପିଢି ଚାକିରି ଖଣ୍ଡିଏ ପାଇଁ ଅକ୍ଲାନ୍ତ ପରିଶ୍ରମ ପରେ ବି ଚାକିରୀ ମିଳୁନି। ବାରମ୍ବାର ସରକାର ପରୀକ୍ଷାରେ ସ୍କାମ, ପ୍ରଶ୍ନପତ୍ର ଲିକ୍, ପରୀକ୍ଷା କ୍ୟାନସଲ କରିବା, ପରକ୍ଷା କରାଇ ରେଜଲ୍ଟ ପ୍ରକାଶ ନକରିବା ଆଦି ପନ୍ଥା ଆପଣାଇ ଯୁବପିଢିଙ୍କୁ ଠକି ଚାଲିଛନ୍ତି । ନିର୍ବାଚନ ପୂର୍ବରୁ ପ୍ରତି ପଞ୍ଚାୟତରେ 100 ଚାକିରି ଦେବାକୁ ଘୋଷଣା କରିଥିବା ବିଜେପି ଏବେ ଅବସର ପ୍ରାପ୍ତଙ୍କୁ ଚାକିରୀ ଦେଉଛି। ଯେଉଁଥିରୁ ବିଜେପିର ଅସଲ ଉଦ୍ଦେଶ୍ୟ ପଦାରେ ପଡୁଛି ।

ବାରମ୍ବାର ଏହା ବିରୋଧରେ ଯୁବଗୋଷ୍ଠୀ ନିଜ ସ୍ବର ଉଠାଇବା ସତ୍ବେ ସରକାର ଏହାକୁ ଖାତିର କରୁନାହାନ୍ତି । କିନ୍ତୁ ରାଜ୍ୟ ବାହାରେ ତଥା ଦେଶ ବାହାରେ ଯେପରି ଯୁବ ପିଢି ନିଜ ହକ୍ ଏବଂ ଅଧିକାର ପାଇଁ ଏକାଠି ହୋଇ ସରକାରଙ୍କୁ ସାବାଡ କରୁଛନ୍ତି , ଯଦି ଓଡ଼ିଶାରେ ସେପରି ପରିସ୍ଥିତି ସୃଷ୍ଟି ହୁଏ ତେବେ ଏ ସରକାର ଏବଂ ସରକାରରେ ଥିବା ନେତାଙ୍କ ଚିହ୍ନବର୍ଣ୍ଣ ବି ଦେଖିବାକୁ ମିଳିବନି ବୋଲି ସେଥିରେ ସନ୍ଦେହ ନାହିଁ ।

ତେଣୁ ସରକାର ଯୁବଗୋଷ୍ଠୀଙ୍କୁ ହତାଦର ନକରି, ସେମାନଙ୍କ ଧୈର୍ଯ୍ୟ ସହ ନଖେଳି ଉପଯୁକ୍ତ ଚାକିରୀ ଏବଂ ସିଟ୍ ବଢାଇବାକୁ ଯୋଜନା କରିବା ଉଚିତ୍ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି ।

administrator

Related Articles

Leave a Reply

Your email address will not be published. Required fields are marked *