ବିଜେପି ପାଇଁ ସୁନାମୁଣ୍ଡା ସାଜିଛନ୍ତି ଭାଇନା

ବିଜେପି ପାଇଁ ସୁନାମୁଣ୍ଡା ସାଜିଛନ୍ତି ଭାଇନା

ଚିନ୍ତାରେ ବିଜ ଜନତା ଦଳ । ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲେ ମଧ୍ୟ ବିଜେଡିକୁ ନିମାପଡା ଚିନ୍ତା ଘାରିଛି । ହଁ ଦର୍ଶକବନ୍ଧୁ କାହିଁକିନା ସଜ ସଜ ବିଜେଜି ଛାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାସ । ଟିକେଟ ପାଇଁ ଜିଦି ଧରିଥିଲେ ଭାଇନା ହେଲେ ଟିକେଟ ମିଳିନାନି ଯେଉଁଥିପାଇଁ ଆଜି ସେ ବିଜେପି ପାଇଁ ସୁନାମୁଣ୍ଡା ସାଜିଛନ୍ତି । କେମିତି ବିଜେପିକୁ ନିମାପଡାରେ ଜିତାଇବେ ସେ ନେଇ ପ୍ଲାନ କରିଛନ୍ତି । ପୁରୁଖା ନେତା ଦଳ ଛାଡିବା ଦଳକୁ ସବୁବେଳେ ମହଙ୍ଗା ପଡିଥାଏ । ସମୀରଙ୍କ ଦଳ ଡିଆଁ ବିଜୁ ଜନତା ଦଳ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଯିଏ ଦିନେ ନବୀନ ବାବୁଙ୍କ ପାଇଁ ପ୍ରଚାର କରୁଥିଲେ ସେ ଏବେ ଭାରତୀୟ ଜନତା ପାର୍ଟିର ସାଥ ଦେଉଛନ୍ତି । ବିଜେପି ଏଠାରେ ପ୍ରଭାତି ପରିଡାଙ୍କୁ ପ୍ରାର୍ଥୀ କରାଇଛି ଆଉ ତାଙ୍କୁ ସାଥ ଦେବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସମୀର ଭାଇନା । ଭାଇନା ଏବେ ପୁରା ଫର୍ମକୁ ଫେରିଛନ୍ତି । ବିଜୁ ଜନତା ଦଳକୁ ପରାସ୍ତ କରି ପ୍ରତିଶୋଧ ନେବା ପାଇଁ ଶପଥ କରିଛନ୍ତି ଭାଇନା । ସେଇଥିପାଇଁ ତ ସେ ଆଜି ବିଜେପି ଶିବିରରେ । ଭାଇନାଙ୍କ ମାନଭଞ୍ଜନ କରିବା ପାଇଁ ବିଜେଡି ଯେତେ ଚେଷ୍ଟା କଲା ସେଥିରେ ବିଫଳ ହେଲା ଶେଷରେ ଫୁସଲେଇ ଫାସେଲେଇ ଭାଇନାଙ୍କୁ ନିଜ ଦଳକୁ ନେଇ ଗଲା ଭାରତୀୟ ଜନତା ପାର୍ଟି । ଭାଇନା ଏବେ ନିଜ ଭଉଣୀଙ୍କ ପାଇଁ ପ୍ରଚାର କରୁଛନ୍ତି ଏବଂ ବିଜେଡିକୁ ମାତ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଚଳିତ ନିର୍ବାଚନରେ କଣ ରହିବ ନିମାପଡାର ରାଜନୈତିକ ଗଣିତ ତାହା ଦେଖିବାକୁ ଅପେକ୍ଷା ।  

author

Related Articles

Leave a Reply

Your email address will not be published. Required fields are marked *