ବିଜେପି ପାର୍ଟି ଅଫିସରେ ପଶିବେ ତାରା-ରମେଶ !

ବିଜେପି ପାର୍ଟି ଅଫିସରେ ପଶିବେ ତାରା-ରମେଶ !

ମଙ୍ଗଳବାର ସନ୍ଧ୍ୟା ସମୟରେ ମାଷ୍ଟରକ୍ୟାଣ୍ଟିନ ଠାରେ ବିଜେପି ଏବଂ କଂଗ୍ରେସ କର୍ମୀ ମୁହାଁମୁହିଁ ଘଟଣା ଉଗ୍ର ରୂପ ନେଉଛି । ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଏହି ଘଟଣା ଘଟିଥିବା ବେଳେ ଏବେ ଏହାକୁ ନେଇ ରାଜନୀତିର ମାହୋଲ ସରଗରମ ହେଲାଣି । ଗତକାଲି ବିଜେପି ଏହା ଉପରେ ପ୍ରେସମିଟ କରିଥିବା ବେଳେ ସନ୍ଧ୍ୟା ସମୟରେ ଉଭୟ କଂଗ୍ରେସ ଏବଂ ବିଜେପି କର୍ମୀ ଉଭୟ ଉଭୟଙ୍କ ଉପରକୁ ପଥର ଏବଂ ଗୋବର ମାଡ କରିଥିଲେ । ଏହା ସହ କଂଗ୍ରେସ କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚପଲ ମାଡ କରିଥିବା ବେଳେ ବିଜେପି କର୍ମୀ ରାହୁଲ ଗାନ୍ଧୀଙ୍କ ଫଟୋ ଉପରକୁ ଗୋବର ମାଡ କରିଥିଲେ । ଆଉ ଏହି ପଥର ମାଡ ସମୟରେ ଅନେକ ସାମ୍ବାଦିକ ମାନେ ଆହତ ମଧ୍ୟ ହୋଇଥିଲେ । ଖବର ସଂଗ୍ରହ ସମୟରେ ଅନେକ ସାମ୍ବାଦିକଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା । ତେବେ ଏହି ଘଟଣା ଥାନାରେ ପହଁଞ୍ଚିବା ପରେ ଏବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏହାକୁ ନେଇ କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବିଜେପି ପାର୍ଟୀ ଅଫିସରେ ପଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *