ବିଜେପି ପୋଷ୍ଟରକୁ ନେଇ ରାଜନୀତିରେ ଝଡ !

ବିଜେପି ପୋଷ୍ଟରକୁ ନେଇ ରାଜନୀତିରେ ଝଡ !

ଚର୍ଚ୍ଚାରେ ବିଜେପିର ପୋଷ୍ଟର ରାଜନୀତି । ଜଣଙ୍କ ସ୍ଥାନରେ ଆଉ ଜଣେ ବିଧାୟକଙ୍କ ନାଁ ଲେଖିଲେ ଦଳୀୟ କର୍ମୀ । ଏପରି କିଛି ଦୃଶ୍ୟ ବିଜେପିର ଏକ କାଯ୍ୟକ୍ରମରେ ଦେଖିବାକୁ ମିଳିଛି । କିଛି ଦିନ ତଳେ ବ୍ରହ୍ମପୁରରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ସାଂସଦ ଏବଂ ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ଏବଂ ପ୍ରଥମ କରି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତରେ ଯାଇଥିବାରୁ ତାଙ୍କୁ ଭବ୍ୟ ସ୍ୱାଗତ ପାଇଁ ରାସ୍ତାସାରା ପୋଷ୍ଟର ଏବଂ ବ୍ୟାନର ଲଗାଯାଇଥିଲା । ଆଉ ଏହି ପୋଷ୍ଟର ଗୁଡିକରେ ଏମିତି ଏକ ପୋଷ୍ଟର ଥିଲା ଯେଉଁଥିରେ ଖଲ୍ଲିକୋଟ ବିଧାୟକଙ୍କ ନାଁ ଏବଂ ଫଟୋ ଲେଖାଥିବା ବେଳେ ସେ ଭଞ୍ଜନଗରର ବିଧାୟକ ବୋଲି ଲେଖାଥିଲା । ଯାହାକୁ ନେଇ ନାନା ଆଲୋଚନା ସୃଷ୍‌ଟି ହୋଇଥିବା ବେଳେ ବିଜେପି ଉପରକୁ ଆଙ୍ଗୁଠି ଉଠିଥିବା ବେଳେ ଏହା କର୍ମୀଙ୍କ ଜାଣତ ରେ ନା ଅଜାଣତରେ ହୋଇଛି ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *