ବିଜେପି ଫୋକସରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ବିଜେପି ଫୋକସରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ବିଜେପି ଫୋକସରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବେ ବିଜେପିର ଶକ୍ତି ସାଥୀ । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପିର ଶକ୍ତି ବନ୍ଦନ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନା ଜ୍ୟୋତି ଏବଂ ଧର୍ମେନ୍ଦ୍ର ପ୍ରଧାନ ଗୁୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟରେ ମହିଳା ଭୋଟ୍ କେମିତି ବଢିବ, ସେନେଇ ୭୦୦ରୁ ଅଧିକ ଶକ୍ତିସାଥୀଙ୍କୁ ମନ୍ତ୍ର ଦେଇଛନ୍ତି ରାଜ୍ୟସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ ରହିଛି । ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ଏସଏଚଜି ଗ୍ରୁପରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟା ରହିଛନ୍ତି । ଯାହାକି ବିଜେଡିର ପ୍ରମୁଖ ଭୋଟ ବ୍ୟାଙ୍କ କୁହାଯାଉଛି । ତେବେ ଆଗାମୀ ନିର୍ବାଚନରେ ବିଜେଡିର ଏହି ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗି ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଆଡକୁ ଆକୃଷ୍ଟ କରିବା ପାଇଁ ବିଜେପି ଶକ୍ତିସାଥୀ କାର୍ଯ୍ୟକ୍ରମ କରୁଛି । ମହିଳା ସଶକ୍ତୀକରଣ ଲାଗି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତଠାରୁ ଆରମ୍ଭ କରି କେନ୍ଦ୍ରର ସବୁ ଯୋଜନା ବିଷୟରେ ପ୍ରତି SHG ସଦସ୍ୟାଙ୍କୁ ଅବଗତ କରିବେ ଶକ୍ତିସାଥୀ। ଏହା ସହ ଆଗକୁ ପ୍ରତି ପଞ୍ଚାୟତ ବା ଶକ୍ତି କେନ୍ଦ୍ରରେ ଶକ୍ତି ବନ୍ଦନ କର୍ମଶାଳା ହେବ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *