ବିଜେପିକୁ ଲାଗିଛି ଶକ୍ତ ଝଟକା । ବିଜେପି ରାସ୍ତାରେ ସୃଷ୍ଟି ହୋଇଛି ନୂଆ ଝଡ । ହଁ ଆଜ୍ଞା, ସିନେମା ଜଗତରୁ ରାଜନୀତିରେ ଏଣ୍ଟ୍ରି କରୁକରୁ ଆକ୍ସନ ମୋଡକୁ ଆସିଛନ୍ତି ସାଉଥ ମେଗାଷ୍ଟାର ଥାଲାପଥି ବିଜୟ । ରାଜନୀତିକୁ ଆସୁ ଆସୁ ମୋଦି ସରକାରଙ୍କୁ ବିରୋଧ କରିଛନ୍ତି ବିଜୟ । ଏପରିକି ଯୋଜନାକୁ ବିରୋଧ କରି ଏକ ନୂଆ ସଂକଳ୍ପ ମଧ୍ୟ ପାରିତ କରିଛନ୍ତି ବିଜୟଙ୍କ ଦଳ ତାମିଲିଗା ଭେଟ୍ରି କାଝଗମ୍ । ୮ ମାସ ପୂର୍ବେ ବିଜୟ ନିଜ ରାଜନୈିତକ ଦଳ ତାମିଲିଗା ଭେଟ୍ରି କାଝଗମ୍ ବା ଟିଭିକେ ଘୋଷଣା କରିଥିଲେ । ଏବଂ କିଛି ଦିନ ପୂର୍ବେ ସେ ନିଜ ଦଳର ପ୍ରଚାର ପ୍ରସାର ମଧ୍ୟ ଆରମ୍ଭ କରିଥିଲେ । ଆଉ ବିଜୟଙ୍କ ଏହି କାର୍ଯ୍ୟକ୍ରମରେ ତାଙ୍କ ପ୍ରଶଂସକଙ୍କ ଭିଡ ଅନ୍ୟ ରାଜନୈତିକ ଦଳର କାର୍ଯ୍ୟକ୍ରମ ତୁଳନାରେ ଯଥେଷ୍ଟ ଅଧିକ ପରିଲକ୍ଷିତ ହୋଇଥିଲା । ସିନେମା ଜଗତ ସହ ତାଙ୍କ ରାଜନୈତିକ କ୍ୟାରିୟରକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । ଆଉ ଏବେ ବିଜୟ ରାଜନୀତିରେ ଜଣେ ପକ୍କା ନେତା ସାଜିଛନ୍ତି । ଆସୁଆସୁ ସରକାରଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି । ତେବେ ବିଜୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ମାସପୂବେ ଘୋଷଣା କରାଯାଇଥିବା ୱାନ ନେସନ ୱାନ ଇଲେକସନ ଯୋଜନାକୁ ବିରୋଧ କରିଛନ୍ତି । ନିବାଚନ ପୂବରୁ କେନ୍ଦ୍ର ସରକାର ସାରା ଦେଶର ଗୋଟିଏ ସମୟରେ ଗୋଟିଏ ନିବାଚନ କରିବାଇ ନେଇ ଏକ ପ୍ରସ୍ତାବ ରଖିଥିଲେ । ଯାହାକୁ କ୍ୟାବିନେଟର ମୋହର ମଧ୍ୟ ମିଳିଛିା ଏବଂ ଆଗକୁ ଏହା ସଂସଦର ଶୀତ କାଳିନ ଅଧିବେଶନରେ ଉପସ୍ଥାପନ କରାଯିବା ନେଇ ଯୋଜନା ପ୍ରସ୍ତୁତ ସରିଛି । କିନ୍ତୁ ପୂର୍ବରୁ ଏହାକୁ ବିରୋଧୀ ବିରୋଧ କରୁଛନ୍ତିା ଆଉ ଏବେ ବିଜୟଙ୍କ ଦଳ ମଧ୍ୟ ଏହା ବିରୁଦ୍ଧରେ ସ୍ୱର ଉଠାଇଛନ୍ତି । ଯାହା ଏବେ ବିଜେପିର ମୁଣ୍ଡ ବ୍ୟଥାର କାରଣ ସାଜିଛିା ଏବଂ ବିଜୟ ଥାଲାପଥି ବିଜେପ ରାସ୍ତାରେ କଣ୍ଟା ସୃଷ୍ଟି କରୁଛନ୍ତି । ଅନ୍ୟପଟେ ତାମିଲନାଡ଼ୁରୁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଘଋଋଞ) ହଟାଇବାକୁ ମଧ୍ୟ ଦାବି କରିଛି ବିଜୟଙ୍କ ଦଳ। ତେବେ କେବଳ ଏତିକି ନୁହେଁ ବିଜୟଙ୍କ ଦଳ ଟିଭିକେ ତାମିଲନାଡୁ ସରକାର ଡିଏମକେକୁ ନିଜ ଟାଗେଟରେ ମଧ୍ୟ ରଖିଛି । ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବାକୁ ଚେଷ୍ଟା କରୁନଥିବା କହିଛନ୍ତି ବିଜୟ। ଏଥିପାଇଁ ସେ କେନ୍ଦ୍ର ସରକାରକୁ ଦାୟୀ କରିଛନ୍ତି। ଏହା ସହିତ ତାମିଲନାଡ଼ୁର ଶାସକ ଡିଏମକେ ଦଳ କ୍ଷମତାକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଭୁଲି ଯାଇଛି ବୋଲି କହିଛନ୍ତି ବିଜୟ। ଆଉ ବିଜୟଙ୍କ ଏହି ନୂଆ ରୂପରେ ଶାସକ ବିଜେପି ଏବଂ ଅନ୍ୟ ଦଳ ଗୁଡିକ ଟେନସନରେ ପଡିଯାଇଥିବା ଚର୍ଚ୍ଚା ହେଉଛି । ତେବେ ଦେଖାଯାଉ ବିଜୟଙ୍କ ଏହି ନୂଆ ରାସ୍ତାରେ ତାଙ୍କୁ କେତେ ସଫଳତା ମିଳୁଛି ତାହା ଦେଖିବାକୁ ଅପେକ୍ଷା ।
You can share this post!
author