ବିଜେପି ଶିବିରରେ ମାନସମନ୍ଥନ କାହାକୁ ମିଳିବ ରାଜ୍ୟସଭା ଚଉକି ?

ବିଜେପି ଶିବିରରେ ମାନସମନ୍ଥନ କାହାକୁ ମିଳିବ ରାଜ୍ୟସଭା ଚଉକି ?

ହଁ ଦର୍ଶକବନ୍ଧୁ ସରକାର ଗଢିବା ପରେ ଭାରତୀୟ ଜନତା ପାର୍ଟିକୁ ଡିଆଁ ମାରୁଛନ୍ତି ବିଜେପିର ଜଣେ ପରେ ଜଣେ ରାଜ୍ୟସଭା ସାଂସଦ । ମମତା ମହନ୍ତଙ୍କ ପରେ ସୁଜିତ କୁମାର ମଧ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ମମତାଙ୍କ ପରି ସୁଜିତଙ୍କୁ ରାଜ୍ୟସଭା ଚଉକି ମିଳିବ ନା ବିଜେପିକୁ ଆସି ଠକି ହୋଇଯିବେ ସୁଜିତ ତାହା ଉପରେ ସଭିଙ୍କ ନଜର ରହିଛି । ଲୋକସଭାରେ ଶୂନ ହୋଇଥିବା ବିଜେଡି ଏବେ ରାଜ୍ୟସଭାରେ 9ରୁ 7କୁ ଖସିଲାଣି । ଧୀରେ ଧୀରେ ରାଜ୍ୟସଭାରେ ବିଜେଡିର ସଦସ୍ୟ ସଂଖ୍ୟା କମୁଥିବା ବେଳେ ବିଜେପିର ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଯଦି ଦେଖିବା ରାଜ୍ୟସଭାରେ ବିଜେପି ସଦସ୍ୟ ଆବଶ୍ୟକ କରୁଥିବା ହେତୁ ବିଜେପି ହିଁ ଏଥର ରାଜ୍ୟସଭାକୁ ପ୍ରାର୍ଥୀ ଦେବ । କିନ୍ତୁ କାହାକୁ ଦେବ ତାକୁ ନେଇ ରାଜନୈତିକ ମହଲରେ ଦ୍ୱନ୍ଦ ସୃଷ୍ଟି ହେଲାଣି । କାରଣ ପ୍ରଥମ ଥର ମମତାଙ୍କୁ ହିଁ ବିଜେପି ରାଜ୍ୟସଭା ପଠାଇଥିଲା ଏବଂ ସୁଜିତଙ୍କ ସ୍ଥାନରେ କଣ କରିବ ଭାରତୀୟ ଜନତା ପାର୍ଟି ତାହାକୁ ନେଇ ରାଜ୍ୟ ରାଜନୀତିରେ ସସପେନ୍ସ ଲାଗିରହିଛି । ଅନ୍ୟପଟେ ନିଜ ଦଳକୁ ସୃଦୁଢ କରିବା ପାଇଁ ବାହାରକୁ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଦଳରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛନ୍ତି ଏହି ଦୁଇ ପୁରୁଖା ନେତା । ସେପଟେ ମମତାଙ୍କ କ୍ଷେତ୍ରରେ ରାଜ୍ୟସଭା ଚଉକିକୁ ନେଇ ବିଜେପିର ନେତାଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଦଳୀୟ ନେତାଙ୍କୁ ଗୁରୁତ୍ୱ ନଦେଇ ମମତାଙ୍କୁ ରାଜ୍ୟସଭା ପଠାଯିବାରୁ ବିଦ୍ରୋହ ସୃଷ୍ଟି ହୋଇଥିଲା . ତେବେ ସୁଜିତଙ୍କୁ ନେଇ ବିଜେପିରେ ଆଗକୁ କେଉଁ ଝଡ ଆସୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *