ବିଜେପି ସରକାରର ବିଫଳତା ଗାଇବେ ନବୀନ

ବିଜେପି ସରକାରର ବିଫଳତା ଗାଇବେ ନବୀନ

ହଁ ଦର୍ଶକବନ୍ଧୁ ରାଜ୍ୟରେ ବିଜେପି ସରକାରକୁ ତିନି ମାସ ବିତିବାକୁ ଯାଉଛି । ସରକାରକୁ ଆସିବା ପୂର୍ବରୁ ବିଜେପି ସାଧାରଣ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଏବେ ପର୍ଯ୍ୟନ୍ତ ବି କୌଣସି ପ୍ରତିଶ୍ରୁତି ପୂରଣ ନ ହେବାର ଅଭିଯୋଗ କରିଛି ବିରୋଧି ବିଜୁ ଜନତା ଦଳ । ସେଇଥିପାଇଁ ତ ଲୋକଙ୍କ ଆଗରେ ମୋହନ ସରକାରଙ୍କ ବିଫଳତା ଗାଇବା ପାଇଁ ନୂଆ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗ୍ରାଉଣ୍ଡରେ ବୁଲି ବିଜେଡି ନେତା ମାନେ ମୋହନଙ୍କ ଯୋଜନା ବିରୁଦ୍ଧରେ କହିବେ ତ ବିଜେପିର ପନ୍ଦର ଜଣିଆ ମନ୍ତ୍ରୀ ଗାଁ ବୁଲି ମୋହନ ସରକାରଙ୍କ ବଜେଟରେ ରାଜ୍ୟବାସୀଙ୍କୁ କେଉଁ ସୁବିଧା ମିଳିବ ସେ ବିଷୟରେ କହିବେ । ନିଜ ନିଜ ଦଳକୁ ସୃଦୁଢ କରିବା ପାଇଁ ଦୁଇ ଦଳ ଗୋଟିଏ ପରେ ଗୋଟିଏ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ,ଦିବ୍ୟାଙ୍ଗ,ବିଧବା ଓ ନିରାସ୍ରୟଙ୍କୁ ମାସିକ ତିନି ହଜାର ଟଙ୍କା ଭତ୍ତା ମିଳିବ ହେଲେ ସରକାର ଗଢିବା ପରେ ବିଜେପିର ଏହି ପ୍ରତିଶ୍ରୁତି ପାଣିର ଗାର ପାଲଟି ଯାଇଛି । ଯାହା ବିଜେପିକୁ ସମାଲୋଚନା କରିବା ପାଇଁ ବିଜେଡିକୁ ଏକ ମୁଖ୍ୟ ପ୍ରସଙ୍ଗ ଦେଇଛି । ବିଭିନ୍ନ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ମୋହନ ସରକାର ଭୂଆଁ ବୁଲାଉଥିବା କଥା ଚର୍ଚ୍ଚା ହେଉଛି । ସେପଟେ ତୃଣମୂଳ ସ୍ତରରେ ବିଜେପି ମଧ୍ୟ ନିଜ ଦଳକୁ ସଙ୍ଗଠନ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି । ବିଜେପିର ପନ୍ଦର ଜଣ ମନ୍ତ୍ରୀ 30ଟି ଜିଲ୍ଲା ବୁଲିବେ ନିଜ ଦଳର ଗୁଣ ଗାରିମା ଗାନ କରିବା ସହ ପ୍ରତିଶ୍ରୁତି ପାଳନ ଦିଗରେ କଣ ପଦକ୍ଷେପ ନେଇଛନ୍ତି ଏବଂ ବଜେଟରେ ଲୋକେ କିପରି ସୁବିଧା ପାଇବେ ସେ ସମ୍ପର୍କରେ ଗାଁ ଗାଁ ବୁଲି ଲୋକଙ୍କୁ ଜଣାଇବ ବିଜେପି । ତେବେ ରାଜନୈତିକ ସ୍ତରରେ ଦୁଇ ଦଳଙ୍କ ଏପରି ରଣନୀତି କାହାକୁ କେତେ ସଫଳତା ଦେଉଛି ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *