ବିଜେପି ସାଂସଦଙ୍କୁ ଅସମ୍ମାନ ଅଭିଯୋଗ

ବିଜେପି ସାଂସଦଙ୍କୁ ଅସମ୍ମାନ ଅଭିଯୋଗ

ବାଲେଶ୍ୱରର ଏକ ସରକାରୀ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ନିଜେ ବାଲେଶ୍ୱର ସାଂସଦ ତଥା ବିଜେପିର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଣିଛନ୍ତିି । ସଭାରେ ବିଳମ୍ବରେ ପହଁଞ୍ଚିବାରୁ ତାଙ୍କୁ କେହି ମଞ୍ଚ ଉପରକୁ ଡାକିନଥିବା କହିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ସୂଚନା ଅନୁଯାୟୀ, ବାଲେଶ୍ୱରର ୩ ହଜାର ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ବଣ୍ଟନର କାଯ୍ୟକ୍ରମ ଥିଲା । ସେଠାକୁ ବାଲେଶ୍ୱର ସାଂସଦଙ୍କ ସମେତ ଅନ୍ୟ ବିଧାୟକଙ୍କୁ ଡକା ଯାଇଥିଲା । କିନ୍ତୁ କୌଣସି କାରଣ ବଶତ କାଯ୍ୟକ୍ରମକୁ ସାଂସଦ ବିଳମ୍ବରେ ପହଁଞ୍ଚିଥିଲୋ ତେବେ ବିଳମ୍ବରେ ପହଁଞ୍ଚିବାରୁ ମଞ୍ଚ ଉପରକୁ ତାଙ୍କୁ କେହି ଡାକିନଥିଲେ । ଯାହାକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଅଭିଯୋଗ ଆଣିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *