ବିଜ୍ଞାପନ ଖର୍ଚ୍ଚରେ ଆଗୁଆ ବିଜେପି

ବିଜ୍ଞାପନ ଖର୍ଚ୍ଚରେ ଆଗୁଆ ବିଜେପି

24 ପାଇଁ ଚଳଚଞ୍ଚଳ ଓଡିଶା ରାଜନୀତି । ଭୋଟରଙ୍କୁ ପ୍ରଭାବିତ କରୁଛି ବିଜ୍ଞାପନ । ଦଳ ମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜ୍ଞାପନ ରଣନୀତି । ବିଜ୍ଞାପନ ଜରିଆରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜନୈତିକ ଦଳ । ତଥ୍ୟ ଅନୁଯାୟୀ ଗୁଗୁଲ ବିଜ୍ଞାପନ ଖର୍ଚ୍ଚରେ ବିଜେପି ଶୀର୍ଷରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତାକୁ ଲୋକ ଲୋଚନକୁ ଆଣିବା ପାଇଁ ଗତ ଏକ ବର୍ଷରେ ୧୯ କୋଟି ଟଙ୍କା ଖର୍ଚ୍ଚ କରିଛି ଭାରତୀୟ ଜନତା ପାର୍ଟି । ଗୁଗଲର ବିଜ୍ଞାପନ ବିଶେଷ କରି ଯୁବ ଗୋଷ୍ଠୀ ଓ ନୂଆ ଭୋଟରଙ୍କ ଉପରେ ପ୍ରଭାବ ପକାଉଥିବାରୁ ଏହାକୁ ଗୁରୁତ୍ୱ ଦେଇଛି ବିଜେପି । ବିଜ୍ଞାପନ ଖର୍ଚ୍ଚରେ ବିଜେପି ପଛକୁ କଂଗ୍ରେସ ନୁହେଁ ବରଂ ରହିଛି ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍ । ଗୁଗୁଲ ବିଜ୍ଞାପନ ଖର୍ଚ୍ଚରେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ଗତ ବର୍ଷ ୪ କୋଟି ୫୯ ଲକ୍ଷ ଟଙ୍କା ଗୁଗଲ ବିଜ୍ଞାପନରେ ଖର୍ଚ୍ଚ କରିଛି କଂଗ୍ରେସ । ଯାହା କେବଳ କର୍ଣ୍ଣାଟକରେ ସୀମିତ ରହିଥିଲା ।

author

Related Articles

Leave a Reply

Your email address will not be published. Required fields are marked *