ବିଜୟ ପରେ ଦିଲ୍ଲୀ ଗସ୍ତରେ ଧର୍ମେନ୍ଦ୍ର…

ବିଜୟ ପରେ ଦିଲ୍ଲୀ ଗସ୍ତରେ ଧର୍ମେନ୍ଦ୍ର…

ଓଡିଶା ରାଜନୀତିରେ ଆସିଛି ଏକ ବଡ ପରିବର୍ତ୍ତନ । ନବୀନ ଶାସନର ଅନ୍ତ ଘଟିଲା ଏବଂ ବର୍ତ୍ତମାନ ନୂଆଏକ ସରକାର ତିଆରି ହେବ । ଓଡିଶାରେ ବିପୁଳ ବିଜୟ ହେବା ପରେ ଦିଲ୍ଲୀ ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ପହଞ୍ଚିବା ପରେ ଜାତୀୟ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଓଡିଶାବାସୀ ଆମ ଉପରେ କୃପା କରିଛନ୍ତି । ୨୧ଟି ଲୋକସଭା ଆସନ ଭିତରୁ ୨୦ଟି ଆସନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । ଏହି ବିଜୟ ଶ୍ରେୟ କେବଳ ଓଡିଶାବାସୀଙ୍କୁ ମିଳିବ । ଓଡ଼ିଶାରେ ବିଜେପିକୁ ଥରେ ସୁଯୋଗ ଦେବାକୁ ମୋଦୀ ଅପିଲ କରିଥିଲେ । ଯାହାକୁ ବିଶ୍ୱାସ କରି ବିଜେପିକୁ ଭରସିଛନ୍ତି ଓଡ଼ିଶାବାସୀ । ରାଜ୍ୟରେ ସ୍ପଷ୍ଟ ବହୁମତ ମିଳିଥିବା ବେଳେ, ବିଜେପି ସରକାର ଗଢିବ ।

author

Related Articles

Leave a Reply

Your email address will not be published. Required fields are marked *