ବିଦାୟ ନେଲେ ଗଣପତିବାପା …..|

ଆନନ୍ଦ ଓଲ୍ହାସରେ ଅନ୍ତ ଘଟାଇବା ଭକ୍ତକ ମେଳାରୁ ବିଦାୟ ନେଇଚନ୍ତି ବିଘ୍ନ ବିନାଶନ| ଦୀର୍ଘ ୧୦ ଦିନର ପୂଜା ପରେ ଆତସବାଜି,ଢ଼ୋଲ,ମର୍ଦ୍ଧଳ,ଘଣ୍ଟା ଘଣ୍ଟା ସହ ନାଚଗୀତରେ ରୋଷଣିରେ ଗଜାନନକୁ ମେଲାଣି ଦେଇଛନ୍ତି ଭକ୍ତ | ଶୁକ୍ରବାର ଜଟଣୀରେ ଧୂମଧାମରେ ଭସାଣି ଉତ୍ସାହବ ଅନୁଷ୍ଠିତ ହୋଇଥିଲା | ପ୍ରତିବର୍ଷ ପାରିଏଥର ମଧ୍ୟ୍ୟ୩୭ରୁ ଉର୍ଧ ମଣ୍ଡପର ଠାକୁର ଭସାଣି ସାମିଲ ହୋଇଥିଲା | ଭସାଣି କମିଟି ଅଧକ୍ଷ ସଂଗ୍ରାମ କେଶରୀ ରାଉତରାୟକ ପୂର୍ବ ପ୍ରସ୍ତୁତି ଅନୁସାରେ ବିଭିହ୍ନ ପୂଜା ମଣ୍ଡପର ଠାକୁର ବିଭିନ ପାରମ୍ପାରିକ ଵାଦ୍ୟରେ ରୋଷଣୀ କରି ସୀତାରାମ ଛକ ମେଳଣ ସ୍ଥଳରେ ଏକତ୍ରିତ ହୋଇଥିଲେ | ପୂର୍ବତନ ଜିଲା ପରିଷଦ ସଭ୍ୟ ବିନୀତ ଜେନା ଶୋଭାଯାତ୍ରାରେ ସାମିଲ ଠାକୁରକ ଧୂପଦାନ ଅର୍ପଣ କରି ସ୍ଵାଗତ କରିବା ସହିତ ପୂଜା ମଣ୍ଡପ ସଭାପତି ଓ ସମ୍ପାଦକ କରିଥିଲେ | ଜଟଣୀ ନଗର ବିଜେଡି ପକ୍ଷରୁ ଭସାଣିରେ ଖୋର୍ଧା ଜିଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ, ଜଟଣୀ ନଗରପାଳ ସମେତ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ | ନଗର କଂଗ୍ରେସ ପାଖୟାରୁ ଆଯୋଜିତ କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ସମସ୍ତକୁ ସ୍ଵାଗତ ଜଣାଇଥିଲେ | ପରିବେଶରେ ବାଂଧି ରଖିବା ପାଇଁ ଭଜନ କାର୍ଯ୍ୟକ୍ରମ ଆଯୋଜିତ ହୋଇଥିଲା | ଥାନା ଛକ ଵେବସାୟ ସଂଘ ପକ୍ଷରୁ ମଧ୍ୟ୍ୟ ଖାଦ୍ୟର ଵେବସ୍ତା କରାଯାଇଥିଲା | ହରିଭାଇନା ଛକ ଠାରେ ଭାଜପା ଜଟଣୀ ନଗର ମଣ୍ଡଳ ପକ୍ଷରୁ ଭାଜପା ନେତା ବିଶ୍ବରଂଜନ ବଡ଼ଜେନା ସଭାପତିତ୍ଵ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା | ସେହିପରି ମୁନିସପାଲଟି ଛକଠାରେ ଜଟଣୀ ନଗର ଭୋଜପା ପକ୍ଷରୁ ଭସାଣି ଯାତ୍ରାରେ ସାମିଲ ବିଗ୍ରହଣ କରିଥିଲେ |
ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଷଣ୍ଢପୁର ଠାରେ ନିର୍ମିତ ୩ଟି ଅସ୍ଥାୟୀ ପୋଖରୀରେ ମୁର୍ତି ବିସର୍ଜନ କରାଯାଇଥିଲା |

author

Related Articles

Leave a Reply

Your email address will not be published. Required fields are marked *