ବିଜେଡିରୁ ବିଦା ହେଲେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ।ଯାହାକୁ ନେଇ କାରଣ ଦର୍ଶାଇଛି ବିଜେଡି। ସବ୍ସିଡି ସ୍କାମ୍ ମାମଲାରେ ସୁଧାଂଶୁଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜରେ ଦର୍ଶାଯାଇଛି।ସୁଧାଂଶୁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍ସିଡି ହଡ଼ପ କରିଛନ୍ତି। ସୁଧାଂଶୁଙ୍କ ପରିଚାଳନାଧୀନ କଂପାନୀ ୩ କୋଟି ହଡ଼ପ କରିଛି। ଲୋକପାଳଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସୁଧାଂଶୁଙ୍କୁ ବହିଷ୍କାର କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।