ବିଦେଶରେ ଯାଉଛି ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ

ବିଦେଶରେ ଯାଉଛି ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ

ସବୁ ବାପା ମା ଚାହାଁନ୍ତି ତାଙ୍କ ପିଲା ଭଲ ପାଠ ପଢନ୍ତୁ । ଏଥିପାଇଁ କେତେଜଣ ନିଜ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ବିଦେଶକୁ ପଢିବାକୁ ଛାଡିଥାନ୍ତି । କିନ୍ତୁ ଅଧିକାଂଶ ପିଲାଙ୍କର ଶବ ସେମାନଙ୍କ ଘରକୁ ଫେରୁଛି । ଗତ ୫ ବର୍ଷ ମଧ୍ୟରେ ଦେଶର ୪୦୩ ଜଣ ପିଲାଙ୍କର ବିଦେଶରେ ମୃତ୍ୟୁ ହୋଇଥିବା ଏକ ସରକାରୀ ରିପୋର୍ଟରୁ ଜଣପଡିଛି ।


ସରକାରୀ ରିପୋର୍ଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୧୮ରୁ ଅତିକମରେ ୪୦୩ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ମୃତ୍ୟୁ ଘଟିଛି। ପୂରା ବିଶ୍ୱର ୩୪ଟି ଦେଶରେ ଏହି ମୃତ୍ୟୁସଂଖ୍ୟା ରହିଛି, ତନ୍ମମଧ୍ୟରୁ କାନାଡାରେ ସର୍ବାଧିକ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି। ରାଷ୍ଟ୍ର ବୈଦେଶିକ ଏବଂ ସଂସଦୀୟ ମନ୍ତ୍ରୀ ଭି ମୁରଲୀଧରନ ଆଜି ରାଜ୍ୟସଭାରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ବିଭିନ୍ନ ପ୍ରାକୃତିକ ବିପର‌୍ୟ୍ୟୟ ତଥା ଦୁର୍ଘଟଣା କାରଣରୁ ୨୦୧୮ ପରଠାରୁ ୪୦୩ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ପ୍ରାଣ ହରାଇଛନ୍ତି।ବିଦେଶରେ ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ କେନ୍ଦ୍ରର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରି ଭବିଷ୍ୟତରେ କୌଣସି ଅଘଟଣକୁ ରୋକିବା ଦିଗରେ କାର‌୍ୟ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *