ବିଦେଶରେ ରିଲିଜ୍ ହେବ ଭାରତୀୟ ଫିଲ୍ମ ‘12th’ ଫେଲ୍‌

ବିଦେଶରେ ରିଲିଜ୍ ହେବ ଭାରତୀୟ ଫିଲ୍ମ ‘12th’ ଫେଲ୍‌

ବିଦେଶରେ ରିଲିଜ୍ ହେବ ଭାରତୀୟ ଫିଲ୍ମ ‘12th’ ଫେଲ୍‌ । ଅଭିନେତା ବିଧୁ ବିନୋଦ ଚୋପ୍ରାଙ୍କ ୨୦୨୩ ବର୍ଷର ଅନ୍ୟତମ ସଫଳ ଚଳଚ୍ଚିତ୍ର ହେଉଛି ଏହି ଫିଲ୍ମ । ତେବେ ଏହି ଫିଲ୍ମଟି ରିଲିଜ ସମୟରେ ଭାରତରେ ଅଧିକ ରୋଜଗାର କରିନଥିଲା କିନ୍ତୁ ପରେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଆଉ ଏବେ ଏହା ଦେଶ ବାହାରେ ଧମାଲ କରିବାକୁ ପ୍ରସ୍ତୁତ ହେଲାଣି । ଫିଲ୍ମଟି ଚାଇନାରେ ଏକ ବଡ ଧରଣର ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି । ନିକଟରେ ଏକ ସାକ୍ଷାତକାରରେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ବିକ୍ରାନ୍ତ ମାସେ କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ର ଚୀନରେ ୨୦ ହଜାର ପରଦାରେ ମୁକ୍ତିଲାଭ କରିବ।
ବିକ୍ରାନ୍ତ କହିଛନ୍ତି, “କିଛି ମାସ ହେଲା ଏହା ଉପରେ କାମ ଚାଲିଛି, କିନ୍ତୁ ଶେଷରେ ଖବର ଆସିଛି ଏବଂ ସମସ୍ତେ ଜାଣିବା ଦରକାର ଯେ ଫିଲ୍ମ ଚାଇନାରେ ମୁକ୍ତିଲାଭ କରୁଛି। ଚାଇନାରେ ହିନ୍ଦୀ ସିନେମା ହେଉ କି ଭାରତୀୟ ସିନେମା ପାଇଁ ବହୁତ ଚାହିଦା ଅଛି। ‘୧୨ଶ ଫେଲ୍’ ଚଳଚ୍ଚିତ୍ର ୨୦,୦୦୦ରୁ ଅଧିକ ପରଦାରେ ପ୍ରଦର୍ଶିତ ହେବ।”

author

Related Articles

Leave a Reply

Your email address will not be published. Required fields are marked *