ଆପୋଲୋ ହସ୍ପିଟାଲ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ । ହସ୍ପିଟାଲରେ ଚାଲିଛି ଡାକ୍ତର ଏବଂ ସିକ୍ୟୁରିଟିଙ୍କ ମନମାନୀ । ହଁ ଆଜ୍ଞା, ଆପୋଲେ ହସ୍ପିଟାଲକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛିା କିଏ ଡାକ୍ତର ରୋଗୀଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ କରୁଛନ୍ତି ତ ଆଉ କିଏ ସିକ୍ୟୁରିଟିମାନେ ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ଆସୁଛି । ଆଉ ଏବେ ପଇସା ପାଇଁ ଗୋଟିଏ ପିଲାର ଜୀବନ ନେଇଥିବା ସାଙ୍ଘାତିକ ଅଭିଯୋଗ ଆସିଛି । ଟିକେ ନଜର ପକାନ୍ତୁ ଏହି ଦୃଶ୍ୟକୁ କିପରି ନିଜ ପିଲା ପାଇଁ ପରିବାର ଲୋକେ ବିକଳ ହେଉଛନ୍ତି । ନିଜ ପିଲାର ଭଲ ଚିକିତ୍ସା ପାଇଁ ଏକ ଗରିବ ପରିବାର ଆପୋଲୋ ହସ୍ପିଟାଲକୁ ଆସିିଥିଲେ । କିନ୍ତୁ ଏଠାରେ ଡାକ୍ତରଙ୍କ ବଦଳରେ ରାକ୍ଷସ ରହିଥିବା ସେ ଜାଣିନଥିଲେ । ଗରିବ ହୋଇଥିବାରୁ ବିଏସକେୱାଇ କାର୍ଡରେ ଚିକିତ୍ସା କରିବା ପାଇଁ ସେମାନେ ଏଠାକୁ ଆସିଥିଲେ । କିନ୍ତୁ ଏଠାରେ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଆରମ୍ଭ କରି ଡାକ୍ତରମାନେ ସେମାନଙ୍କୁ ନାଲି ଆଖି ଦେଖାଇଥିଲେ । ଏପରିକି ବିଏସକେୱାଇ କାର୍ଡରୁ ସବୁ ପଇସା ନେବା ପରେ ବି ସେମାନେ ଅଧିକ ପଇସା ଚାର୍ଜ କରୁଥିଲେ । ଆଉ ଶେଷରେ ପଇସା ଲୋଭରେ ପିଲାଟିର ଜୀବନ ନେଇଯାଇଥିବା ଏବେ ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଏବଂ ଏମାନେ ଜାଣି ଶୁଣି ତାଙ୍କ ପିଲାର ଜୀବନ ନେଇଯାଇଥିବା ଅଭିଯୋଗ କରିଛନ୍ତିା କିନ୍ତୁ ଏସବୁ ନୂଆ ସରକାର ଦେଖିକି ବି ଚୁପ୍ ବସିଛନ୍ତିା ଖୋଦ ମୁଖ୍ୟମନ୍ତ୍ରୀ କେତେବେଳେ ଅନ୍ୟ ଜିଲ୍ଲା ଗସ୍ତ କରୁଛନ୍ତି ତ ଆଉ କେତେବେଳେ ଅନ୍ୟ ରାଜ୍ୟ ଗସ୍ତ କରୁଛନ୍ତିା ଆଉ ଏପଟେ ନୂଆ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିବା ଡ ମୁକେଶ ମହାଲିଙ୍ଗ କୁମ୍ଭକଣ୍ଣ ନିଦ୍ରାରେ ଶୋଇଛନ୍ତିା ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏବଂ ମୋହନ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠୁଛି ।
You can share this post!
author