ବିଦ୍ୟୁତ ବିଭାଗର ଅବହେଳା । ନିଆଁ ଜଳୁଛି ଓ ବାଣ ବିସ୍ଫୋରଣ ଭଳି ଫୁଟୁଛି

ବିଦ୍ୟୁତ ବିଭାଗର ଅବହେଳା । ନିଆଁ ଜଳୁଛି ଓ ବାଣ ବିସ୍ଫୋରଣ ଭଳି ଫୁଟୁଛି

ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ନାରାୟଣ ନଗର ଗ୍ରାମର ଦୈନିକ ବଜାର ଛକ । ଏଠାରେ ପ୍ରତ୍ୟେକ ଦିନ ଦୈନିକ ବଜାର ବସେ । ଏହି ଦୈନିକ ବଜାର ଛକରେ ରହିଛି ଗୋଟିଏ ବିଦ୍ୟୁତ ଖୁଣ୍ଟ । ଆଜି ସକାଳ 6 ଘଣ୍ଟା ସମୟରେ ଏହି ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ସଙ୍ଗେ ସଙ୍ଗେ ବାଉଁଶୁଣୀ ଜେଇ ଓ ସୁପରଭାଇଜର ଙ୍କୁ ଫୋନ କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ। ଫଳରେ ଲାଇନ୍ କଟା ହୋଇ ପାରି ନ ଥିଲା । ଯାହା ଫଳରେ ସର୍ଟ ସର୍କିଟ ଯୋଗୁଁ ନିଆଁ ହୁତୁହୁତୁ ହୋଇ ଜଳୁଥିଲା ଓ ବାଣ ବିସ୍ପୋରଣ ଭଳି ଫୁଟୁଥିଲା । କିଛି ସମୟ ପରେ ପରେ କେହି ବ୍ୟକ୍ତି ଜଣେ ଲାଇନମେନ୍ ଙ୍କୁ ଫୋନ କରିଥିଲେ । ଯାହା ଫଳରେ ଲାଇନ୍ କାଟି ଦିଆଗଲା। କିନ୍ତୁ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *