ବିଧାନସଭାରେ ଅରୁଣଙ୍କ ଉଗ୍ରରୂପ ଛାନିଆ ବିଜେପି !

ବିଧାନସଭାରେ ଅରୁଣଙ୍କ ଉଗ୍ରରୂପ ଛାନିଆ ବିଜେପି !

ଚଳିତ ସାଧାରଣ ନିର୍ବାଚନରେ ବଡ ବଡ ରଥୀ ମହାରଥୀ ମାଟି କାମୁଡି ତଳେ ପଡିଛନ୍ତି । ଶେଷରେ ରାଜ୍ୟରେ ପରିବର୍ତ୍ତନର ନାରା ଦେଉଥିବା ଭାରତୀୟ ଜନତା ପାର୍ଟିର ବିଜୟ ହେଲା । ବିଜେଡିର ଅନେକ ବରିଷ୍ଠ ନେତାଙ୍କ ଗଡ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ତେବେ ଯଦି ବିଜେଡିର ଭେଟରାନ ଅରୁଣ ସାହୁଙ୍କ ଉପରେ ନଜର ପକାଇବା ଲଗାତାର ଭାବେ ନୟାଗଡରୁ ବିଜୟ ମୁକୁଟ ପିନ୍ଧି ଆସୁଛନ୍ତି ବିଜେଡିର ଏହି ଭେଟରାନ । ଚଳିତ ଥରର ପରିବର୍ତ୍ତନ ହାୱାର କୌଣସି ପ୍ରଭାବ ଅରୁଣଙ୍କ ଉପରେ ପଡିଲା ନାହିଁ । ପଦ୍ମକୁ ମାତ ଦେଇ ନୟାଗଡରେ ଶଙ୍ଖ ବଜାଇଲେ ଅରୁଣ ସାହୁ । ତାଙ୍କ ଗଡକୁ ଭାଙ୍ଗିବା ପାଇଁ ବିଜେପି ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ଫେଲ ମାରିଥିଲା ବିଜେପିର ସମସ୍ତ ରଣନୀତି । ଫିକା ପଡିଗଲା ଅରୁଣ ହଟାଓ ନୟାଗଡ ବଞ୍ଚାଓ ନାରା । ଦୀର୍ଘ ଦିନ ଧରି ଶାସକ ଦଳରେ ରହି ବିଧାୟକ ହୋଇ ଆସୁଥିବା ଏହି ବିଧାୟକ ଏବେ ବିରୋଧି ଦଳରେ ବସିଛନ୍ତି । ବିଧାନସଭାରେ ବିରୋଧି ଆସନରେ ବସିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ବିରୋଧି ଭାବେ ଶାସକ ଦଳକୁ ଘେରିବାରେ ମୁଖ୍ୟ ଭୂମିକା ନିଭାଉଛନ୍ତି ଅରୁଣ ସାହୁ । ଶାସକ ଦଳରେ ଥାଇ ବିରୋଧିଙ୍କୁ ଜବାବ ଦେଉଥିବା ବିଧାୟକ ଏବେ ନିଜେ ବିରୋଧି ସାଜି ବିଧାନସଭାରେ ଶାସକ ବିଜେପିକୁ ପ୍ରଶ୍ନ କରୁଛନ୍ତି । କଥା କଥାରେ ଶାସକ ବିଜେପିକୁ କରୁଛନ୍ତି ସମାଲୋଚନା । ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରିଥିବା ବିଜେପି ସରକାରକୁ ଅନଭିଜ୍ଞତାର ପରିଚୟ ବୋଲି କହିଥିଲେ ନୟାଗଡ ବିଧାୟକ ଏବଂ ସାହସ ଅଛି ଯଦି ନବୀନଙ୍କୁ ଗିରଫ କରି ଦେଖାଇବା ପାଇଁ ବିଜେପିକୁ ଚ୍ୟାଲେଞ୍ଜ ଦେଇଥିଲେ । ରାଜ୍ୟ ରାଜନୀତିରେ ଏହି ଭେଟରାନଙ୍କ ଉପସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ଅରୁଣଙ୍କ ଜବାବ ଏବେ ଶାସକ ଦଳକୁ ଚୁପ କରାଇଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *