ବିଧାନସଭାରେ ଡାଲି ମାଡକୁ କେନ୍ଦ୍ର କରି ଆଜି ୪ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ ଡାଲି ମାଡକୁ କେନ୍ଦ୍ର କରି ଆଜି ୪ଟା ଯାଏଁ ଗୃହ ମୁଲତବୀ

ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ନେଇ ଆରମ୍ଭରୁ ବିଧାନସଭାରେ ବିଭିନ୍ନ ହଟ୍ଟଗୋଳ ଦେଖିବାକୁ ମିଳୁଛି । ତେବେ ଗତ କିଛି ଦିନ ହେବ ପ୍ରମିଳାଙ୍କ ଉପରେ ହେଇଥିବା ଡାଲି ମାଡ ଘଟଣାକୁ କେନ୍ଦ୍ର କରି ଆଜୋି ବିଧାନସଭାରେ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳୁଛି । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା ।

ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିଜେପି ବିଧାୟକମାନେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିଲେ । ଏଥିପାଇଁ ବାଚସ୍ପତି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଚଳିତ ବିଧାନସଭା ଅଧିବେଶନର ଶେଷ ପର‌୍ୟ୍ୟନ୍ତ ନିଲମ୍ବନ କରିଛନ୍ତି । ସୂଚନାନୁସାରେ ଡାଲି ମାଡ ଘଟଣାକୁ କେନ୍ଦ୍ର କରି ଶାସକ ଦଳ ବିଜେପିକୁ କଟାକ୍ଷ କରୁଥିବା ବେଳେ ବିରୋଧି ବିଜପି କିନ୍ତୁ ବାଚସ୍ପତିଙ୍କ ନିରପେକ୍ଷ ହେବାକୁ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *