ବିଧାନସଭାରେ ନବୀନଙ୍କୁ ଘେରୁଛନ୍ତି ସୋଫିଆ-ଉପାସନା !

ବିଧାନସଭାରେ ନବୀନଙ୍କୁ ଘେରୁଛନ୍ତି ସୋଫିଆ-ଉପାସନା !

ଚାଲିଛି ବିଧାନସଭା ଅଧିବେଶନ । ବିଧାନସଭାରେ ବିଜେପି ଶାସକ ଦଳକୁ ଘେରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବିଜୁ ଜନତା ଦଳ । ହଁ ଦର୍ଶକବନ୍ଧୁ ଚଳିତ ଥର ବିଧାନସଭାରେ ନୂଆ ଓ ଯୁବ ବିଧାୟିକା ଭାବେ  ବିଧାନସଭାରେ ଏକ ମୁଖ୍ୟ ଭୂମିକା ତୁଲାଉଛନ୍ତି ଏହି ଯୁବ ବିଧାୟିକା । ଜଣେ ହେଲେ ନୂଆ କରି ବ୍ରହ୍ମଗିରିର ବିଧାୟିକା ହୋଇଥିବା ଉପସାନା ମହପାତ୍ର ଅନ୍ୟଜଣେ କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦ୍ଦୋସ । ବାପାଙ୍କ ଗଡରେ ଦୁଇ ଝିଅ ଏବେ ରାଣୀ ସାଜିଛନ୍ତି ।  ପୁଳା ପୁଳା ସମସ୍ୟା ଘେରରେ ରହିଥିବା ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟାକୁ ଦୁହେଁ ବିଧାନସଭାରେ ଉଠାଇ ସମାଧାନ କରୁଛନ୍ତି । ଦୀର୍ଘ ବର୍ଷ ଧରି ବ୍ରହ୍ମଗିରିରେ ପଦ୍ମ ଫୁଟାଇବାର ସ୍ୱପ୍ନ ଦେଖୁଥିବା ଭାରତୀୟ ଜନତା ପାର୍ଟି ଚଳିତ ସାଧାରଣ ନିର୍ବାଚନରେ ଶେଷରେ ଶଙ୍ଖ ଗଡରେ ପଦ୍ମ ଫୁଟାଇବାରେ ସଫଳ ହୋଇଛି । ସେପଟେ କଟକ ବାରବାଟୀରୁ ଲଗାତାର ଭାବେ ହ୍ୟାଟ୍ରିକ କରିଆସୁଥିବା ମହମ୍ମଦ ମୋକିମ ଚଳିତ ସାଧାରଣ ନିର୍ବାଚନରେ ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ମଇଦାନକୁ ଓହ୍ଲାଇଥିଲେ ଏବଂ ସିଏ ମଧ୍ୟ ପ୍ରଥମ ଥରରେ ହିଁ ବାପାଙ୍କ ଗଡକୁ ରକ୍ଷା କରିଥିଲେ । ଏହି ଦୁଇ ଯୁବ ନେତ୍ରୀଙ୍କୁ ନେଇ ବିଧାନସଭା ହୁଲସ୍ତୁଲ । ଜଣେ ବିରୋଧି ଆସନରେ ବସିଥିବା ବେଳେ ଅନ୍ୟଜଣେ ଶାସକ ଦଳରେ ରହିଛନ୍ତି । କଟକ ବାରବାଟୀର ବିଭିନ୍ନ ସମସ୍ୟାକୁ ନେଇ ପୂର୍ବର ସରକାରଙ୍କ ଜବାବ ମାଗୁଥିବା ବେଳେ ବିଭିନ୍ନ କଥାକୁ ନେଇ ତାଙ୍କୁ ଦୋଷ ଲଦୁଛନ୍ତି । ସେପଟେ ବ୍ରହ୍ମଗିରି ବାସୀଙ୍କର ଅନେକ ସମସ୍ୟା ପାଇଁ ମଧ୍ୟ ବିଧାନସଭାରେ ପୂର୍ବର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବ୍ରହ୍ମଗିରି ବିଧାୟିକା । ତେବେ ମୋହନ ସରକାର ନୁହେଁ ନବୀନ ସରକାରଙ୍କୁ ବିଧାନସଭାରେ ଘେରୁଛନ୍ତି ସୋଫିଆ ଓ ଉପସନା ।

author

Related Articles

Leave a Reply

Your email address will not be published. Required fields are marked *