ବିଧାନସଭାରେ ପ୍ରଶ୍ନ କଲେ ନିଜ ଜାଲରେ ନିଜେ ଫସିଲେ ଅରୁଣ !

ବିଧାନସଭାରେ ପ୍ରଶ୍ନ କଲେ ନିଜ ଜାଲରେ ନିଜେ ଫସିଲେ ଅରୁଣ !

ଚାଲିଛି ବିଧାନସଭା ଅଧିବେଶନ । ବିଧାନସଭାରେ ଜୋର ଜମୁଛି ବିରୋଧିଙ୍କ ହୋହଲ୍ଲା । ପ୍ରଶ୍ନକାଳରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗ ଉଠାଇ ଘେରୁଛନ୍ତି ବିରୋଧି ଦଳ । ପ୍ରଶ୍ନ କରୁଛନ୍ତି ବିରୋଧି ବିଧାୟକ ଉତ୍ତର ରଖୁଛନ୍ତି ମନ୍ତ୍ରୀ । ହଁ ଆଜ୍ଞା ବିଧାନସଭାର ପ୍ରଶ୍ନକାଳକୁ ନେଇ ଏବ ବଢିଲା ଚର୍ଚ୍ଚା ।ଗତକାଲି ବିଧାନସଭାରେ ପ୍ରଶ୍ନ କାଳରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ହଟ୍ଟହଟ୍ଟା ହୋଇଛନ୍ତି ବିଜେଡି ବିଧାୟକ । ରାଜ୍ୟରେ ଆରଆଇ ଓ ଅମିନ ପଦବୀ ଖାଲି ପଡିବା ଏବଂ ନିଯୁକ୍ତିକୁ ନେଇ ପ୍ରଶ୍ନ କରିଥିଲେ ଅରୁଣ । ମନ୍ତ୍ରୀ ଏହାର ଉତ୍ତର ରଖି କହିଥିଲେ କି ଖାଲିପଡିଥିବା ପଦବୀର କାରଣ ଖୋଜୁଛି ଏପରି କହି ସେ ନିଜର ସ୍ପଷ୍ଟ ଉତ୍ତର ରଖିଥିଲେ । ଏବଂ ସିଧା ସିଧା ପୂର୍ବର ନବୀନ ସରକାରଙ୍କ ଉପରେ ଦୋଷାରୋପ କରିଥିଲେ ପୂର୍ବର ସରକାର । ଏହାସହ ଖାଲିପଡିଥିବା ପଦବୀ ପୂରଣ ପାଇଁ ସରକାର ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ବିଧାନସଭାରେ ପ୍ରଶ୍ନ କରୁଥିବା ବିରୋଧି ବିଜେଡିକୁ ଉତ୍ତର ମିଳିବା ବଦଳରେ ଓଲଟା ଶାସକ ଦଳ ଠାରୁ କଟାକ୍ଷ ହେବାକୁ ପଡୁଛି । ବିଧାନସଭାରେ ଏଭଳି ଘଟଣା ପରେ ଏବେ ପୁଣି ଚର୍ଚ୍ଚାରେ ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଶାସକ ଦଳକୁ ପ୍ରଶ୍ନ ଘେରରେ ନିଜେ ଘାଇଲା କରିବା ବଦଳରେ ହଟ୍ଟହଟ୍ଟା ହେଉଛନ୍ତି । ଏତେ ସବୁ ପରେ ବି ଚୁପ ବସିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ତେବେ ଶାସକ ଦଳର ମନ୍ତ୍ରୀ ମାନେ କରୁଥିବା କଟାକ୍ଷର ଜବାବ କେବେ ଦେବେ ନବୀନ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *