ବିଧାନସଭାରେ ବାଟ ବଣା ହେଉଛି କି ବିଜୁ ଜନତା ଦଳ ?

ବିଧାନସଭାରେ ବାଟ ବଣା ହେଉଛି କି ବିଜୁ ଜନତା ଦଳ ?

ବିଧାନସଭାରେ ବାଟ ବଣା ହେଉଛି କି ବିଜୁ ଜନତା ଦଳ ? କଂଗ୍ରେସ ଆଗରେ କାହିଁକି ଫିକା ପଡୁଛି ବିଜେଡି ? ପ୍ରସଙ୍ଗ ପାଉନାହାନ୍ତି ନା ଗୁରୁତ୍ୱ ଦେଉନାହାନ୍ତି ବିଜେଡି ସୁପ୍ରିମୋ ! ଏଭଳି କିଛି ପ୍ରଶ୍ନ ଏବେ ବିଧାନସଭାରେ ବିଜେଡିର ଭୂମିକାକୁ ନେଇ ଉଠିଛିା ୩ ମାସ ବିରୋଧୀ ଦଳରେ ରହିବା ପରେ ବି ବିଜେଡି ନିଜ ଲକ୍ଷ୍ୟ ସ୍ଥିର କରିପାରୁନଥିବା ଚର୍ଚ୍ଚା ହେଉଛି । ଆଉ ଏଥିପାଇଁ ବିଜେଡି ସୁପ୍ରିମୋଙ୍କୁ ଦାୟୀ କରାଯାଉଛି । କାହିଁକି ନା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଯେଉଁ ଭଳି ବିଧାନସଭାରେ ଅନୁପସ୍ଥିତ ଥିଲେ ବିରୋଧୀ ଦଳରେ ବସିବା ପରେ ବି ସମାନ ସ୍ଥିତି । ବିଧାନସଭା ଅଧିବେଶନ ଆରମ୍ଭର ପ୍ରଥମ ୨ ଦିନ ନବୀନ ବିଧାନସଭାରେ ଉପସ୍ଥିତ ରହିଥିଲେ । ଏବଂ ବିରୋଧୀ ଦଳର ନେତା ଭାବେ ଯେଉଁଭଳି କାଯ୍ୟ କରିବା କଥା ତାହା ମଧ୍ୟ କରିଥିଲେ । କିନ୍ତୁ ଏହା ପରେ ପୁଣି ପୂର୍ବ ସ୍ଥିତିକୁ ଫେରି ଆସିଲେ ନବୀନ । ନା ସେ ବିଧାନସଭା ଯାଉଛନ୍ତି ନା କୌଣସି ପ୍ରସଙ୍ଗ ଭିତ୍ତିକ ଟାଗେଟ କରୁଛନ୍ତି । କାଁ ଭାଁ ସେ ମୋହନଙ୍କୁ ସମାଲୋଚନା କରୁଥିବା ଏବଂ ବିଜେପି ବିରୁଦ୍ଧରେ ସ୍ୱର ଉଠାଉଛନ୍ତି । ଯେଉଁଥିରୁ ବିଜେଡି ଦୁବଳ ହେଉଥିବା କୁହାଯାଉଛି ।ତେବେ ବିରୋଧୀ ନେତାଙ୍କ ଅନୁପସ୍ଥିତିରେ ବିରୋଧୀ ଦଳର ଉପନେତା କାଯ୍ୟ ତୁଲାଇଥାନ୍ତି । କିନ୍ତୁ ଉପନେତା ପ୍ରସନ୍ନ ଆଚାଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା କାରଣରୁ ସେ ମଧ୍ୟ ବିଧାନସଭାରେ ଉପସ୍ଥିତ ରହୁନାହାନ୍ତି । କେବଳ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଏବେ ବିରୋଧୀ ଦଳର ସ୍ୱର ଉଠାଉଛନ୍ତି । ଯାହା କି ଶାସକ ଦଳ ଉପରେ ସେତେ ପ୍ରଭାବ ପକାଉନଥିବା ସାଧାରଣରେ ଆଲୋଚନା ହେଉଛି । କିନ୍ତୁ ଏମାନଙ୍କ ତୁଳନାରେ କଂଗ୍ରେସର ପ୍ରଦର୍ଶନ ବିଧାନସଭାରେ ବହୁତ ଭଲ ରହିଛି । କଂଗ୍ରେସର ୧୪ ଜଣ ବିଧାୟକମାନେ ବିରୋଧୀ ଦଳର ଭୂମିକା ବେଶ୍ ଗୁରୁତର ସହ ନେଇଥିବା ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । ଏବଂ ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମଧ୍ୟ ବିଜେଡି ଫିକା ପଡୁଥିବା କୁହାଯାଉଛି । ଏବଂ ବିଜେଡି ବାଟବଣା ହେଉଥିବା ସାଧାରଣରେ ଆଲୋଚନ ହେଉଛି । କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ ସବୁକୁ ଗୁରୁତ୍ୱ ଦେଉନାହାନ୍ତିା ତେବେ ଦେଖାଯାଉ ବିଜେଡି କେବେ ବିଧାନସଭାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରୁଛି ଏବଂ ଶାସକ ଦଳକୁ ଘେରିବାରେ ସଫଳ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *