ବିଧାନସଭାରେ ହଟ୍ଟଗୋଳ, ୧୧.୩୦ ଯାଏଁ ଗୃହ ମୁଲତବି

ବିଧାନସଭାରେ ହଟ୍ଟଗୋଳ, ୧୧.୩୦ ଯାଏଁ ଗୃହ ମୁଲତବି

ବିଧାନସଭାରେ ଏବେ ଚାଲିଛି ମୌସୁମୀ ଅଧିବେଶନ । ତେବେ ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ପରିସ୍ଥିତି ଦେଖିବାକୁ ମିଳିଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧ କରି ଗୃହରେ ହୋ ହଲ୍ଲା କରିଛନ୍ତି ବିରୋଧି ଦଳ । ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲାକାର୍ଡ ଧରି ହଙ୍ଗାମା କରିଥିଲେ ବିରୋଧୀ । ଯାହାଫଳରେ ଗୃହକାର୍ଯ୍ୟ ସୁରୁଖୁରରେ ଚାଲି ପାରିନଥିଲା । ଫଳରେ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।ବିଧାନସଭାର ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାରୁ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ବିରୋଧୀ । ମନ୍ତ୍ରୀ ବଡ ନା ସଚିବ ବଡ, ଓଡ଼ିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡିଛିକୁ ନେଇ ମୁଲତବି ପ୍ରସ୍ତାବ ଆଣିଥିଲେ ବିରୋଧୀ । ଯାହାକୁ ଶେଷ ମୁହୂର୍ତ୍ତରେ ଗ୍ରହଣ କରିନଥିଲେ ବାଚସ୍ପତି । ଅନ୍ୟପଟେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପିକୁ କାଉଣ୍ଟର କରିଥିଲେ ବିଜେଡି ସଦସ୍ୟ । ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥିପାଇଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ।

author

Related Articles

Leave a Reply

Your email address will not be published. Required fields are marked *