ବିଧାନସଭା ଆଗରେ ଦଣ୍ଡବତ ହେଲେ ଗାଁସାଥୀ

ବିଧାନସଭା ଆଗରେ ଦଣ୍ଡବତ ହେଲେ ଗାଁସାଥୀ

ବିଧାନସଭା ଆଗରେ ଝାଡୁ ଧରି ଦଣ୍ଡବତ ଉପସ୍ଥାପନା କରିଛନ୍ତି ଗାଁ ସାଥୀ । ସେପ୍ଟେମ୍ବର ୨୫ ରୁ ଭୁବନେଶ୍ୱର ଲୋୟର ପିଏମଜି ଆଗରେ ଧାରଣାରେ ବସିଛନ୍ତି । ଆଜିକୁ ୫ ଦିନ ଧରି ଧାରଣାରେ ବସି ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା ପାଇଁ ଡକାଯାଉ ନାହିଁ । ଦୁଇ ଦଫା ଦାବି ନେଇ ଗଣଧାରଣରେ ବସିଥିଲେ ଗାଁସାଥୀ । ସରକାର କୌଣସି ପଦକ୍ଷେପ ନେଉନଥିବାରୁ ବିଧାନସଭା ବ୍ୟାରିକେଟ ଆଗରେ ଗଣଧାରଣା ଦେଇଛନ୍ତି । ଆଜିକୁ ୧୪ ବର୍ଷର ଅପେକ୍ଷା ତଥା ବାରମ୍ଵାର ସରକାରୀ ପ୍ରତିଶୁତି ପରେ ପ୍ରତରଣା ର ଶିକାର ହେବାକୁ ପଡୁଛି । ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆମକୁ ଭୋକ ଉପାସରେ ରହିବାକୁ ପଡୁଛି । ଆମେ ତ୍ରିଂଶକୁ ଅବସ୍ଥା ରେ ବଡଯନ୍ତ୍ରଣା ଭାବରେ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛୁ । ଆମର ଦାବିକୁ ସରକାର ପୁରାଣ କରନ୍ତୁ ନଚେତ ଏ ଯୁବ ଶକ୍ତି ହତାଶ ଭିତରକୁ ଠେଲିହୋଇଯିବ । ଏପରି ଭାବରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଗାଁସାଥୀ ।

author

Related Articles

Leave a Reply

Your email address will not be published. Required fields are marked *