ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି । କିନ୍ତୁ ଅଧିବେଶନ ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଓଡିଆ ଅସ୍ମିତା କଥା ଉଠାଇ ବିଜେଡି ଏବଂ କଂଗ୍ରେସ ବିଧାୟକ ମାନେ କକ୍ଷ ତ୍ୟାଗ କରିଥିବା ସୂଚନା ମିଳିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆସନରେ ଛିଡା ହେଇ ପ୍ରତିବାଦ କରିଥିଲେ । ତା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ ।
You can share this post!
author