ବିଧାୟକଙ୍କ ଉପସ୍ଥିତିରେ …ନଗରପାଳ ଓ ନିର୍ବାହୀ ଅଧିକାରୀ ମୁହାଁମୁହିଁ

ବିଧାୟକଙ୍କ ଉପସ୍ଥିତିରେ …ନଗରପାଳ ଓ ନିର୍ବାହୀ ଅଧିକାରୀ ମୁହାଁମୁହିଁ

ଖଲ୍ଲିକୋଟ ବିଧାୟକ ଭାବେ ପୂର୍ଣ୍ଣ ଚନ୍ଦ୍ର ସେଠୀ ନିର୍ବାଚିତ ପରେ ପ୍ରଥମ ଥର ପାଈଁ ଏନ୍ ଏ ସି ବୈଠକ ରେ ଯୋଗ ଦେଇଥିଲେ । ଏହି ବୈଠକ ରେ ପୂର୍ଣ୍ଣ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଏନ ଏ ସି କାଉ ନସିଲର ମାନଙ୍କ ସହ ବିକାଶ ମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲେ । ଏହି ସମୟରେ ବୈଠକ ରେ ଅଧକ୍ଷତା କରୁଥିବା ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା ଓ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ନାୟକ ଙ୍କ ମଧ୍ୟରେ କାର୍ଯ୍ୟ ପରିଚାଳନା ନେଇ ତର୍କ ବିତର୍କ ହେବା ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ନଗରପାଳ ଶ୍ରୀ ବେହେରା ଏନଏସିର ଆର୍ଥିକ ପରିଚାଳନା ଓ ବିଶୃଙ୍କଳିତ ଆଚରଣ ନେଇ ଅଭିଯୋଗ ଆଣିବା ସହ କର‌୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଏନ ଏ ସି ର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିଆସୁଥିବା ନେଇ ବିଭିନ୍ନ ପ୍ରମାଣ ବୈଠକ ଉପସ୍ଥାପିତ କରିଥିଲେ । ମୁକ୍ତା ଯୋଜନା ରେ ମହିଳା ଏସ ଏଚ ଜି ମାନେ ସମ୍ପାଦିତ କରୁଥିବା ବିଭିନ୍ନ ବିକାଶ ମୂଳକ କାମ କୁ ନେଇ ଏନ ଏ ସି ନିର୍ବାହୀ ଅଧିକାରୀ ଶତକଡା ୭% ଲାଞ୍ଚ ମାଗୁଥିବା ବୈଠକ ରେ ଉପସ୍ଥିତ ଥିବା କାଉ ନସିଲର ମାନେ ଖୁଲମଖୁଲା ଅଭିଯୋଗ ଆଣିଥିଲେ । ସେହିପରି ଗାଡି ମରାମତୀ କୁ ନେଇ ୧ ଲକ୍ଷ ୫୦ ହଜାର ବିଲ୍ କରିବା. ୫୯ ଜଣ ସଫେଇ କର୍ମଚାରୀ ନିୟୋଜିତ ନ କରି ଏଥିରେ ଚଞ୍ଚକତା କରିବା ଭଳି ଅଭିଯୋଗ ଆଣିଥିଲେ । ବହୁ ଦିନ ହେଲା ଠିକାଦାର ମାନଙ୍କ ନିର୍ମାଣଧୀନ କାମ ର ବିଲ ପଡିରହିଥିବା ର ଠିକାଦାର ମାନେ ବିଧାୟକ ଓ ନଗରପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସର୍ବୋପରି ନିର୍ବାହୀ ଅଧିକାରୀ ନଗରପାଳ ଙ୍କୁ ଉପେକ୍ଷା କରି ବିଭିନ୍ନ କାର୍ଯ୍ୟ ମନଇଛା କରିବା ନେଇ ଆଲୋଚନା ହୋଇ ଥିଲା । ବିଧାୟକ ଶ୍ରୀ ସେଠୀ ଉଭୟ ନଗରପାଳ ଓ ନିର୍ବାହୀ ଅଧିକାରୀ ମଧ୍ୟରେ ଉତ୍ତମ ବୁଝାମଣା ରକ୍ଷା ପାଇଁ ପରାମର୍ଶ ଦେବା ସହ ସହର ବାସି ଙ୍କ ସେବାରେ ଅବହେଳା କଲେ ନିର୍ବାହୀ ଅଧିକାରୀ ବଦଳିବେ ବୋଲି ପ୍ରକାଶ କରିଥିଲେ । ଏହା ବିରୁଦ୍ଧରେ ରେ ଦରକାର ପଡିଲେ ରାଜ୍ୟ ଉଚ୍ଚ ନ୍ୟାଳୟ କୁ ଯିବୁ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *