ବିଧାୟକଙ୍କ ଦ୍ୱାରା ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପ୍ରତିମୃତ୍ତି ସ୍ଥାପନ !

ବିଧାୟକଙ୍କ ଦ୍ୱାରା ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପ୍ରତିମୃତ୍ତି ସ୍ଥାପନ !

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କୁମ୍ପାପଡା ଗଦାଧର ପ୍ରଧାନ ଉଚ୍ଚ ବିଦ୍ୟାଳୟ ରେ ଏହି ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗଦାଧର ପ୍ରଧାନ ଙ୍କ ପ୍ରତିମୃତ୍ତି ସ୍ଥାପିତ ହୋଇଯାଇଛି, ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ବର୍ଗତ ପ୍ରଧାନ ଙ୍କ ପ୍ରତିମୃତ୍ତି ଉନ୍ମୋଚନ କରିଥିବାବେଳେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବନିତା ନାୟକ, ସମିତିସଭ୍ୟ ନୀଳାଞ୍ଚଳ ସାହାଣୀ, ପ୍ରଧାନ ଶିକ୍ଷକ କୁଞ୍ଜ ନାୟକ,ପୂର୍ବତନ ପ୍ରଧାନ ଶିକ୍ଷକ କୁନାଲ ନାୟକ, ସନ୍ଥ ଶ୍ରୀ ସତ୍ୟାନନ୍ଦ ଗିରି, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ, ସ୍ବର୍ଗତ ପ୍ରଧାନଙ୍କ ଧର୍ମ ପତ୍ନୀ ଜୟନ୍ତୀ ପ୍ରଧାନ,ପୁଅ ବୋହୁ, ନାତିନାତୁଣୀ,1995ବ୍ୟାଚ ର ଛାତ୍ର ଛାତ୍ରୀ, ବହୁ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରହି ପ୍ରତିମୃତ୍ତି ରେ ମାଲ୍ୟାର୍ପଣ କରିଥିଲେ, ଏହି ବିଦ୍ୟାଳୟ 1986ମସିହାରେ ସ୍ଥାପିତ ହୋଇ ଆଜି ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିତୋଳି ଅନେକ ପାଦପଦବୀରେ ସ୍ଥାନିତ କରିଥିବାବେଳେ ଜଗନ୍ନାଥ ପ୍ରସାଦ ବ୍ଲକ ରେ ଅନେକ ସୁନାମ ଅର୍ଜନ କରିଛି,ସ୍ବର୍ଗତ ପ୍ରଧାନଙ୍କ ଅବଦାନ ଏବଂ ପ୍ରଚେଷ୍ଟାରେ ଏହି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିବାରୁ ପ୍ରଧାନ ପରିବାର ଏବଂ 1995 ବ୍ୟାଚର ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ଏହି ସ୍ମୃତି ସ୍ଥାପନ ଉତ୍ସଵ ଅନୁଷ୍ଠିତ ହୋଇଥିଲା,ଏହି ଅବସରରେ ଅନେକ ପୁରାତନ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହେବାସହ ସେମାନଙ୍କ ପ୍ରତି ଥିବା ବିଦ୍ୟଳାୟର ଅବଦାନକୁ ପ୍ରଶଂସା କରିବାସହିତ ଚରିତ୍ରବାନ ଏବଂ ଅଧ୍ୟୟନରେ ବର୍ତ୍ତିହୋଇ ବିଦ୍ୟଳାୟର ସମ୍ମାନ ରଖି ନିଜ ଭବିଷ୍ୟତ ଗଢିବାପାଇଁ ଅଧ୍ୟୟନକରୁଥିବା ଛାତ୍ରଛାତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ !

author

Related Articles

Leave a Reply

Your email address will not be published. Required fields are marked *