ବିଧାୟକଙ୍କ ପରେ ଏବେ ସାଂସଦଙ୍କୁ ଆସିଛି ହାଇକୋର୍ଟଙ୍କ ନୋଟିସ

ବିଧାୟକଙ୍କ ପରେ ଏବେ ସାଂସଦଙ୍କୁ ଆସିଛି ହାଇକୋର୍ଟଙ୍କ ନୋଟିସ

ଗତ କିଛି ଦିନ ଧରି ବିଜେପିର ସ୍ଥିତି ଯେପରି ରହିଛି, ବିଜେପି ନେତାଙ୍କୁ ଯେଉଁଭଳି ସମାଲୋଚନା କରାଯାଉଛି ସେଥିରୁ ବିଜେପି ଉପରେ ଶନିଦଶା ପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଜଣଙ୍କ ପରେ ଜଣେ ନେତା ହାଇକୋର୍ଟଙ୍କ ଛାଟର ଶିକାର ହେଉଥିବା ବେଳେ ଏବେ ଏଥିରୁ ଖୋଦ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ବର୍ତିନାହାନ୍ତି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ହାଇକୋର୍ଟଙ୍କ ନୋଟିସ ଆସିଛି । ସମ୍ବଲପୁର ନିର୍ବାଚନ ଅନିୟମିତତା ଅଭିଯୋଗରେ ଉଚ୍ଚ ନ୍ୟାୟାଳୟ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୋଟିସ ଜାରି କରିଛନ୍ତି । ତେବେ ଚଳିତ ନିବାଚନରେ ସବୁଠୁ ରୋଚକ ମୋଡରେ ଏବଂ ସମସ୍ତଙ୍କ ନଜରରେ ରହିଥିଲା ସମ୍ବଲପୁର ଆସନ । କାରଣ ଏଠାରେ ବିଜେଡିର କର୍ତାଧର୍ତା କୁହାଯାଉଥିବା ନେତା ପ୍ରଣବ ପ୍ରକାଶ ଦାସ ଏବଂ ବିଜେପିର ଚାଣକ୍ୟ କୁହାଯାଉଥିବା ଧମେନ୍ଦ୍ର ପ୍ରଧାନ ଆମ୍ନାସାମ୍ନା ହୋଇଥିଲେ । ଏମାନଙ୍କ ବ୍ୟତୀତ କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀ ମାନେ ମଧ୍ୟ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଶେଷରେ ବାଜି ମାରିନେଇଥିଲେ ଧମେନ୍ଦ୍ର । କିନ୍ତୁ ଏବେ ସେହି ନିବାଚନକୁ ନେଇ ଅଡୁଆରେ ପଡିଛନ୍ତି ଧମେନ୍ଦ୍ର । ଧମେନ୍ଦ୍ରଙ୍କ ନାମାଙ୍କନରେ ତ୍ରୁଟି ଥିବା ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସମ୍ବଲପୁର ଲୋକସଭା ଆସନର ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ର । ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ଧର୍ମେନ୍ଦ୍ରଙ୍କୁ ହାଇକୋର୍ଟ ଜବାବ ଦାଖଲ ନୋଟିସ ଜାରି କରିଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ନାମାଙ୍କନରେ ତ୍ରୁଟି ଥିବା ଅଭିଯୋଗ ଆଣି ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ସୁବାସଙ୍କ ଆବଦନକୁ ହାଇକୋର୍ଟ ଗ୍ରହଣ କରିବା ସହ ମାମଲାକୁ ବିଚାରକୁ ନେଇ ଧର୍ମେନ୍ଦ୍ରଙ୍କୁ ନୋଟିସ ଜାରି କରିଥିବା ସୂଚନା ମିଳିଛି । ତେବେ ଏହା ପୂବରୁ ମଧ୍ୟ ଅନେକ ବିଜେପି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ ଆସିଛି । ତେବେ ଦେଖାଯାଉ ଏହି ନୋଟିସର ଜବାବରେ ଧମେନ୍ଦ୍ର ପ୍ରଧାନ କଣ ଜବାବ ରଖୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *