ବିଧାୟକଙ୍କ ପାଇଁ ଭାଙ୍ଗିଲେ ୬୫୨୨ ନଡିଆ

ବିଧାୟକଙ୍କ ପାଇଁ ଭାଙ୍ଗିଲେ ୬୫୨୨ ନଡିଆ

୨୦୨୪ ସାଧାରଣ ନିର୍ବାଚନ ସରିଥିବା ବେଳେ ବହୁ ପୁରୁଖା ବିଧାୟକ, ସାଂସଦ ପରାଜୟର ସ୍ୱାଦ ଚାଖିଥିବା ବେଳେ ବହୁ ନୂତନ ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ଏଥିପାଇଁ ବହୁ ପ୍ରାର୍ଥୀ ବିଭିନ୍ନ ଦେବାଦେବୀଙ୍କ ନିକଟରେ ମାନସିକ କରି ସଫଳ ହୋଇଛନ୍ତି। ସେଥି ମଧ୍ୟରେ ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ସ୍ଥିତ ମା’ କୁଠାରୀଙ୍କ ପୀଠରେ ବିଜେପିର ଜଣେ ସମର୍ଥକ ଏକ ନିଆରା ମାନସିକ ରଖିଥିଲେ। ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ବିଜୟ ପରେ ଉକ୍ତ ଯୁବକ ଜଣକ ନିଜ ମାନସିକ ପୂରଣ କରିଛନ୍ତି।ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ନିଜ ପ୍ରତିଦ୍ବନ୍ଦୀଙ୍କ ଠାରୁ ଯେତେ ଭୋଟ ବ୍ୟବଧାନରେ ବିଜୟୀ ହେବେ ମାନସିକଧାରୀ ସେତିକି ସଂଖ୍ୟକ ନଡ଼ିଆ ମା’ କୁଠାରୀଙ୍କ ପୀଠରେ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲେ।ଫଳାଫଳ ଘୋଷଣାରେ ଚିକିଟି ନିର୍ବାଚନ ମଣ୍ଡଳୀରେ ବିଧାୟକ ମନୋରଞ୍ଜନ ବିଜେଡି ପାର୍ଥିଙ୍କୁ ୬୫୨୨ ଖଣ୍ଡ ରେ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ମାନସିକ ଅନୁଯାୟୀ ମଙ୍ଗଳବାର ଉକ୍ତ ଯୁବକ ଜଣକ ୬୫୨୨ ଖଣ୍ଡ ନଡ଼ିଆ ମା’ଙ୍କ ନିକଟରେ ଭାଙ୍ଗିଛନ୍ତି।ଏଥିରେ ଚିକିଟି ନବ ନିର୍ବାଚିତ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମା କୁଠାରୀଙ୍କ ପିଠରେ ପହଞ୍ଚି ଦୀପ ଲଗାଇ ପୂଜାର୍ଚ୍ଚନା ପରେ ପ୍ରଥମେ ନଡ଼ିଆ ଭାଙ୍ଗିଥିଲେ। ପରେ ଗ୍ରାମର ଯୁବକ ଓ ଅଞ୍ଚଳର ବହୁ ଯୁବକ ମାନେ ମିଶି ମନ୍ଦିର ପରିସରରେ ୬୫୨୨ ଗୋଟି ନଡ଼ିଆ ଭାଙ୍ଗିଥିଲେ।ମା’ କୁଠାରି ଙ୍କ ଆଶୀର୍ବାଦରୁ ମାନସିକ ପୂରଣ ହେବା ଦେଖି ମା’ ଙ୍କ ପ୍ରତି ଅଞ୍ଚଳରେ ଭକ୍ତଙ୍କ ବିଶ୍ୱାସ ଓ ଭକ୍ତି ବୃଦ୍ଧି ପାଇଛି।

author

Related Articles

Leave a Reply

Your email address will not be published. Required fields are marked *