ବିଧାୟକଙ୍କ ଫଟୋରେ କ୍ଷୀର ଢାଳି ସ୍ୱାଗତ

ବିଧାୟକଙ୍କ ଫଟୋରେ କ୍ଷୀର ଢାଳି ସ୍ୱାଗତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଉଥିବା ସମୟରେ ଭେଜିପୁଟଠାରେ ଏକ ନିଆରା କାର୍ଯ୍ୟକ୍ରମ ଚାରିଆଡ଼େ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ସୋମବାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ନୂତନ ବିଜେପି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରୁଥିବା ସମୟରେ ଭେଜିପୁଟ ମୁଖ୍ୟ ରାସ୍ତା ଶିବ ମନ୍ଦିର ଛକରେ ବିଭିନ୍ନ ଆତସବାଜି ସହିତ ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ଏକ ବିରାଟକାୟ ଫୋଟ ଚିତ୍ରରେ ତାଙ୍କ ସମର୍ଥକ ମାନେ ଜେସିବି ସାହାଯ୍ୟରେ ଉପରୁ କ୍ଷୀରାଭିଷେକ କରିବା ସହ ଫୁଲ ପକାଇ ନିଜ ପ୍ରିୟ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହାଦେଖି ବିଧାୟକ ଶ୍ରୀ ନାୟକ ନିଜ ପ୍ରଶଂସକ ଓ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *